ମୁମ୍ବାଇ: ଆଉ ଫ୍ୟାନ୍ସଙ୍କୁ ଶୁଭିବନି ରେହମାନଙ୍କ ସ୍ୱର। ସଙ୍ଗୀତ ଜଗତରୁ ଏବେ ବିଦାୟ ନେବାକୁ ଚାହୁଁଛନ୍ତି ରେହମାନ। ପତ୍ନୀ ସାଇରା ବାନୁଙ୍କ ସହ ଛାଡ଼ପତ୍ର ପରେ ଏମିତି କିଛି ବଡ ନିଷ୍ପତି ନେବାକୁ ଯାଉଛନ୍ତି ରେହମାନ୍। ରେହମାନ କିଛି ବର୍ଷ ପାଇଁ ସଙ୍ଗୀତ ଠାରୁ ଦୂରେଇ ରହିବାକୁ ଚାହୁଁଛନ୍ତି ବୋଲି ଚର୍ଚ୍ଚା ସୃଷ୍ଟି ହୋଇଛି।
ତେବେ ରେହମାନଙ୍କ ପୁଅ ଏଆର ଆମିନ୍ ସୋସିଆଲ ମିଡିଆରେ ହୋଇଥିବା ଏହି ଚର୍ଚ୍ଚା ଉପରେ ମୁହଁ ଖୋଲିଛନ୍ତି। ସେ ସ୍ପଷ୍ଟୀକରଣ ଦେଇ କହିଛନ୍ତି, ରେହମାନ ସଙ୍ଗୀତରୁ ବର୍ଷେ ପର୍ଯ୍ୟନ୍ତ ଅବସର ନେବାକୁ ଚାହୁଁଛନ୍ତି ବୋଲି ଯେଉଁ ଚର୍ଚ୍ଚା ହେଉଛି ତାହା ମିଥ୍ୟା ଏବଂ ଗୁଜବ ବୋଲି ସେ ଦର୍ଶାଇଛନ୍ତି।
ଏନେଇ ନିଜ ସୋସିଆଲ ମିଡିଆ ଇନଷ୍ଟାଗ୍ରାମରେ ଏକ ନ୍ୟୁଜର ସ୍କ୍ରିନସଟ ସେୟାର କରି ଏହା ସମ୍ପୂର୍ଣ ମିଥ୍ୟା ବୋଲି ସ୍ପଷ୍ଟ କରୁଛନ୍ତି। ରେହମାନଙ୍କ ବିଷୟରେ ସୋସିଆଲ ମିଡିଆରେ ଯେଉଁ ଗୁଜବ ଘୁରିବୁଲିଛି ସେଥିରେ କିଛି ବି ସତ୍ୟତା ନାହିଁ।
Comments are closed.