Latest Odisha News

ଏ.ଆର୍ ରେହମାନଙ୍କ ଚଲାପଥରେ ଚାଲିଲେ ଝିଅ ଖତିଜା

ଭୁବନେଶ୍ୱର: ଜଣାଶୁଣା ସଙ୍ଗୀତ ନିର୍ଦ୍ଦେଶକ ଏ. ଆର୍ ରେହମାନ ତଥା ବାପାଙ୍କୁ ଗର୍ବିତ ଅନୁଭବ କରାଇଛନ୍ତି ଝିଅ ଖତିଜା ରେହମାନ । ୨୦୨୦ରେ ରିଲିଜ୍ ହୋଇଥିବା ଫରିସ୍ତୋଁ ନାମକ ଏକ ଆନିମେଟେଡ୍ ଭିଡିଓରେ ଗୀତ ଗାଇ ଖତିଜା ଆନ୍ତର୍ଜାତୀୟ ସ୍ତରରେ ଆୱାର୍ଡ ହାସଲ କରିଛନ୍ତି ।

ଏହି ମ୍ୟୁଜିକ ଭିଡିଓର ସଙ୍ଗୀତ ନିର୍ଦ୍ଦେଶନା ଏ. ଆର୍‌. ରେହମାନ ଦେଇଥିବାବେଳେ ଗୀତଟିକୁ ଖତିଜା ନିଜ କଣ୍ଠରେ ସଜାଇଥିଲେ । ଇଣ୍ଟରନ୍ୟାସନାଲ ସାଉଣ୍ଡ ଫ୍ୟୁଚର୍ ଆୱାର୍ଡସ୍‌ରେ ଭିଡିଓଟି ବେଷ୍ଟ ଆନିମେସନ୍ ମ୍ୟୁଜିକ ଭିଡିଓର ଖିତାବ ହାସଲ କରିଛି । ଏ ନେଇ ଖୋଦ ଏ.ଆର୍ ରେହମାନ ଏକ ଟୁଇଟ୍ ଜରିଆରେ ସେୟାର କରିଛନ୍ତି ।

ତେବେ ଖତଜାଙ୍କ ଏହି ଭିଡିଓଟି ପୂର୍ବରୁ ମଧ୍ୟ ଦୁଇଦୁଇଟି ଆନ୍ତର୍ଜାତୀୟ ପ୍ରତିଯୋଗୀତାରେ ସମ୍ମାନିତ ହୋଇସାରିଛି । ଏହି ଭିଡିଓ ଜରିଆରେ ରେହମାନ ସ୍ପଷ୍ଟ କରିଛନ୍ତି ଯେ, ତାଙ୍କ ଝିଅ ଖତିଜା ମଧ୍ୟ ସଙ୍ଗୀତ ଦୁନିଆରେ ମନୋବିବେଶ କରିବାକୁ ବେଶ ଆଗ୍ରହୀ ଅଛନ୍ତି ।

Leave A Reply

Your email address will not be published.