Latest Odisha News

BREAKING NEWS

ବିବେକଙ୍କ ସହ ଅଭିନୟ କରିବେ ଅର୍ବାଜ, ରାଜି ହେବେ ତ ସଲମାନ୍ ?

ମୁମ୍ବାଇ: ଆଗକୁ ଆସୁଛି ବିବେକ ଓବରେୟଙ୍କ ବଲିଉଡ ମୁଭି ରୋଜି – ଦ ସାଫ୍ରୋନ୍ ଚ୍ୟାପ୍ଟର । ଏହି ଫିଲ୍ମ ଜରିଆରେ ଟିଭି ଅଭିନେତ୍ରୀ ସ୍ୱେତା ତିୱାରୀଙ୍କ ଲାଡ୍‌ଲି ପଲକ ବଲିଉଡରେ ଡେବ୍ୟୁ କରୁଛନ୍ତି । ତେବେ ଏହି ଫିଲ୍ମଟି ବଲିଉଡରେ ପଲକଙ୍କ ଡେବ୍ୟୁ କରିବା ନେଇ ଚର୍ଚ୍ଚାରେ ନାହିଁ । ବରଂ ଏଥିରେ ବିବେକଙ୍କ ସହ ଅର୍ବାଜ ଖାନଙ୍କ ଅଭିନୟ କେମିଷ୍ଟ୍ରୀକୁ ନେଇ ଉଠିଛି ଅନେକ ପ୍ରଶ୍ନ ।

ବଲିଉଡରେ ଅର୍ବାଜଙ୍କ ଭାଇଜାନ୍ ସଲମାନ ଖାନ ଓ ବିବେକ ଓବରେୟଙ୍କ ଇତିହାସ ବିଷୟରେ ସମସ୍ତେ ଜାଣନ୍ତି । ୨୦୦୩ରେ ସଲମାନ ଓ ବିବେକଙ୍କୁ ନେଇ ସାମ୍ନାକୁ ଆସିଥିଲା ଅପ୍ରତ୍ୟଶିତ ବିବାଦୀୟ ପରିସ୍ଥିତି । ଏକ ଅଖ୍ୟାତ ପ୍ରେସ୍ କନଫେରେନ୍ସ ଡକାଇ ବିବେକ କହିଥିଲେ, ସଲମାନ କୁଆଡେ ତାଙ୍କୁ ୪୧ ଥର ଫୋନ୍ କଲ୍ କରି ହତ୍ୟା ଧମକ ଦେଇଥିଲେ ।

ଏହି ଘଟଣାକୁ ନେଇ ସେ ସମୟରେ ବଲିଉଡ ସରଗରମ ରହିଥିଲା । ତେବେ ପରେ ଅନେକ ସମୟରେ ଓ ସ୍ଥାନରେ ବିବେକ ସଲମାନଙ୍କୁ କ୍ଷମା ପ୍ରାର୍ଥନା ବି କରିଥିଲେ । ହେଲେ ସଲମାନ ନିଜ କ୍ରୋଚୁ ଶାନ୍ତ କରିବା ବଦଳରେ ବଲିଉଡରେ ବିବେକଙ୍କ କ୍ୟାରିଅରକୁ ଶାନ୍ତ କରିଦେଇଥିଲେ ।

ତାଜା ସ୍ଥିତିରେ ଅର୍ବାଜ ଅଭିନୟ ଟ୍ରାକ୍‌କୁ ଫେରିବାକୁ ଚାହୁଁଛନ୍ତି । ହେଲେ ବିବେକଙ୍କ ସହ ଅଭିନୟ କରିବା ନେଇ ସଲମାନଙ୍କର ପ୍ରତିକ୍ରିୟା କଣ ରହିଛି, ତାହା ଏ ପର୍ଯ୍ୟନ୍ତ ସ୍ପଷ୍ଟ ହୋଇପାରିନି ।

Leave A Reply

Your email address will not be published.