Latest Odisha News

ଆଇଏସଏଲ: ରବିବାର ଜାମସେଦପୁରକୁ ଭେଟିବ ଓଡିଶା, ସମସ୍ତ ବିଭାଗରେ ଭଲ ପ୍ରଦର୍ଶନ ଜରୁରୀ : ବାକ୍ସଟର

ଭୁବନେଶ୍ୱର: ରବିବାର ଚଳିତ ଇଣ୍ଡିଆନ ସୁପର ଲିଗ୍ ଫୁଟବଲରେ ଓଡିଶା ଏଫସି ତାର ଦ୍ୱିତୀୟ ମୁକାବିଲାରେ ଜାମେସେଦପୁର ଏଫସିକୁ ଭେଟିବ । ଉଭୟ ଦଳ ସେମାନଙ୍କ ପ୍ରଥମ ଗେମ ହାରିଥିବାରୁ ଏହି ମ୍ୟାଚରେ ବିଜୟ ହେବାକୁ ନିଶ୍ଚିତ ଭାବେ ଚାହିଁବେ । ଓଡିଶାର ମୂଖ୍ୟ କୋଚ ଷ୍ଟୁଆର୍ଟ ବାକ୍ସଟର ଦଳକୁ ସବୁ ବିଭାଗରେ ଭଲ ପ୍ରଦର୍ଶନ କରିବାକୁ ପଡିବ ବୋଲି କହିଛନ୍ତି । ପ୍ରଥମ ମ୍ୟାଚରେ ଓଡିଶା ଏଫସି ନୈରାଶ୍ୟଜନକ ପ୍ରଦର୍ଶନ କରି ହାଇଦ୍ରାବାଦ ଏଫସି ନିକଟରୁ ୦-୧ରେ ପରାଜିତ ହୋଇଥିଲା ।

ବିନିଥ ରାୟ, କୋଲେ ଆଲେକଜାଣ୍ଡର, ଜ୍ୟାକବ ଟ୍ରାଟ୍ଟ ଓ ଜେରୀ ମାୱଲିହିମିଙ୍ଗଥାଙ୍ଗାଙ୍କ ପରି ଖେଳାଳିଙ୍କ ବିନା ଆମେ ପଡିଆକୁ ଓହ୍ଲାଇଥିଲୁ । ଏହା ବିଚାରକୁ ନେଲେ ଆମେ ଭଲ ପ୍ରଦର୍ଶନ କରିଛୁ । ମାର୍କେଲିହ୍ନୋ, ଓନଉ ଓ ଡିଏଗୋ ମୌରିକିଓ ୩ ବିଦେଶୀ ଫରୱାର୍ଡଙ୍କ ଯୋଗୁ ଚୂଡାନ୍ତ ଦଳ ଚୟନରେ ଅସୁବିଧା ହେଉଛି ପ୍ରଶ୍ନର ଉତରରେ ସେ କହିଥିଲେ ଆଗକୁ ଜଣକୁ ରୋଟେଶନ ଅନୁସାରେ ଆମେ ଖେଳାଇବୁ । ଏବେ ଲିଗ୍ ଆରମ୍ଭ ହୋଇଛି, ଆମ ପ୍ରଦର୍ଶନସ୍ତର ନିଶ୍ଚିତ ଭାବେ ସୁଧୁରିବ ବୋଲି ସେ କହିଛନ୍ତି ।

Leave A Reply

Your email address will not be published.