Latest Odisha News

BREAKING NEWS

୪୦୦୦ ବର୍ଷ ତଳର ମହଲ ଦେଖି ଆଶ୍ଚର୍ଯ୍ୟଚକିତ ହୋଇଗଲେ ଗବେଷକ

ବେଜିଂ: ଚୀନରେ ୪୦୦୦ ବର୍ଷ ତଳର ଏକ ପୁରାତନ ମହଲ ସମସ୍ତଙ୍କ ଧ୍ୟାନ ଆକୃଷ୍ଟ କରିଛି । ସେ ସମୟରେ ଏ ଭଳି କାରୂକାର୍ଯ୍ୟପୂର୍ଣ୍ଣ କାର୍ଯ୍ୟ ଦେଖି ଗବେଷକମାନେ ମଧ୍ୟ ଆଶ୍ଚର୍ଯ୍ୟଚକିତ ହୋଇ ଯାଇଛନ୍ତି । ମଧ୍ୟ ଚୀନର ହେନାନ ଅଂଚଳରେ ଏହି ମହଲର ଭଗ୍ନାବିଶେଷ ମିଳିଛି । ଗବେଷକଙ୍କ ମତରେ ଶିୟା ରାଜବଂଶ ସମୟରେ ଏହି ମହଲକୁ ନିର୍ମାଣ କରାଯାଇଥିଲା । ୧୭ ହେକ୍ଟଟେୟର ସ୍ଥାନରେ ନିର୍ମିତ ମହଲର ଚାରିପଟେ ବିଶାଳକାୟ ପ୍ରାଚୀର ନିର୍ମାଣ କରାଯାଇଥିଲା । ଯେଉଁଠାରେ ଏହି ମହଲ ମିଳିଛି ତାହା ଏକ ସହରର ଅଂଶବିଶେଷ ବୋଲି ଜଣାପଡିଛି । ଆଗକୁ ଅନେକ ନୂତନ ତଥ୍ୟ ସମ୍ମୁଖକୁ ଆସିବ ବୋଲି ଗବେଷକମାନେ ଆଶା ବ୍ୟକ୍ତ କରିଛନ୍ତି ।

ମହଲରେ ଥିବା ସ୍ତମ୍ଭଗୁଡିକରେ ସମାନ ବ୍ୟବଧାନରେ ଛିଦ୍ର ରହିଛି । ଏଗୁଡିକ ମାଟିରେ ନିର୍ମିତ । ଏହା ବ୍ୟତୀତ ଗୋଲାକାର ଆକୃତିର କାରୂକାର୍ଯ୍ୟପୂର୍ଣ୍ଣ କାମ ରହିଛି । ଧାନ ଏବଂ ଅନ୍ୟ ଖାଦ୍ୟ ସାମଗ୍ରୀ ସୁରକ୍ଷିତ ରଖିବା ପାଇଁ ମଧ୍ୟ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଥିବା ଜଣାପଡିଛି । କୌଣସି ଅତ୍ୟାଧୂନିତ ସାମଗ୍ରୀ ବିନା ଏ ଭଳି ମହଲ କିପରି ପ୍ରସ୍ତୁତ କରାଯାଇଥିଲା ତାହା ସମସ୍ତଙ୍କୁ ବିସ୍ମିତ କରିଛି ।

Leave A Reply

Your email address will not be published.