Latest Odisha News

BREAKING NEWS

ସ୍ୱାମୀଙ୍କ ବିରୋଧରେ ପରକୀୟା ପ୍ରୀତି ଅଭିଯୋଗ ଆଣିବା ଓ ସର୍ବସାଧାରଣରେ ଅପମାନିତ କରିବା ଏକ ନିଷ୍ଠୁର କାର୍ଯ୍ୟ: ଦିଲ୍ଲୀ ହାଇକୋର୍ଟ

ନୂଆଦିଲ୍ଲୀ: ଆଜି ଦିଲ୍ଲୀ ହାଇକୋର୍ଟ ବୈବାହିକ ସମ୍ପର୍କ କୁ ନେଇ ଏକ ରାୟ ଶୁଣାଇଛନ୍ତି । ହାଇକୋର୍ଟ କହିଛନ୍ତି ଯେ, ସ୍ୱାମୀଙ୍କ ବିରୋଧରେ ପରକୀୟା ପ୍ରୀତି ଅଭିଯୋଗ ଆଣି ଅପମାନିତ କରିବା ଓ ସର୍ବସାଧାରଣରେ ଅପମାନିତ କରିବା ଏକ ନିଷ୍ଠୁର କାର୍ଯ୍ୟ ଅଟେ । କୋର୍ଟ କହିଛନ୍ତି ଯେ, ଏଭଳି କାର୍ଯ୍ୟ ଛାଡପତ୍ର ପାଇଁ ଆଧାର ପ୍ରଦାନ କରିଥାଏ । ଜଷ୍ଟିସ ସୁରେଶ କୁମାର କୈତ ଙ୍କ ନେତୃତ୍ୱରେ ଏକ ବେଞ୍ଚ ଏକ ପାରିବାରିକ ଅଦାଲତର ସେହି ନିଷ୍ପତ୍ତି କୁ ଅକ୍ଷୁର୍ଣ୍ଣ ରଖିଛନ୍ତି ଯେଉଁଥିରେ ସ୍ବାମୀଙ୍କ ପକ୍ଷରୁ କ୍ରୁରତା ର ଅଭିଯୋଗ ଲଗାଯାଇଥିବା ଯାଚିକା ଉପରେ ଛାଡପତ୍ର ପାଇଁ ନିର୍ଦ୍ଦେଶ ଦିଆଯାଇଛି ।

ଦିଲ୍ଲୀ ହାଇକୋର୍ଟର ଏକ ବେଞ୍ଚ କହିଛନ୍ତି ଯେ, ସ୍ବାମୀ-ସ୍ତ୍ରୀ ଆବଶ୍ୟକତା ସମୟରେ ପରସ୍ପର ଠାରୁ ସମ୍ମାନ ଆଶା କରନ୍ତି ଏବଂ ‘ସୁରକ୍ଷା କାନ୍ଥ ଭାବରେ କାର୍ଯ୍ୟ କରିବାର ଆଶା କରନ୍ତି’। ବେଞ୍ଚ ଅନୁଯାୟୀ, ଅନ୍ୟର ଚରିତ୍ର ଏବଂ ନିଷ୍ଠା ଉପରେ କ୍ରମାଗତ ଭାବରେ ଅପମାନ କରିବା ମାନସିକ ଜନ୍ତ୍ରଣାର କାରଣ ହୋଇଥାଏ । ନିକଟରେ ଏକ ଆଦେଶରେ କୋର୍ଟ କହିଛନ୍ତି ଯେ, କୌଣସି ବି ସଫଳ ବିବାହ ପାରସ୍ପରିକ ସମ୍ମାନ ଏବଂ ବିଶ୍ୱାସ ଉପରେ ଆଧାରିତ ଅଟେ । ଯଦି ଗୋଟିଏ ସ୍ତରରୁ ଆପୋଷ ବୁଝାମଣା ହୁଏ ତେବେ ସମ୍ପର୍କ ଶେଷ ହେବା ନିଶ୍ଚିତ ।

ପତ୍ନୀ ଉପରେ ସର୍ବସାଧାରଣରେ ସ୍ବାମୀ କୁ ହଇରାଣ କରିବା ଓ ଅପମାନିତ କରିବା ନେଇ ଅଭିଯୋଗ

କୋର୍ଟଙ୍କ ଆଦେଶରେ କୁହାଯାଇଛି ଯେ, ଏହି ମାମଲାରେ ପତ୍ନୀ ତାଙ୍କ ସ୍ୱାମୀଙ୍କୁ ସର୍ବସାଧାରଣରେ ହଇରାଣ କରିବା ଏବଂ ତାଙ୍କୁ ଅପମାନିତ କରିବା । ଅଫିସ୍ ମିଟିଙ୍ଗ ସମୟରେ ପତ୍ନୀ କର୍ମଚାରୀଙ୍କ ଆଗରେ ତାଙ୍କ ସ୍ୱାମୀଙ୍କୁ ଅବିଶ୍ୱାସୀ ବୋଲି ଅଭିହିତ କରିବା ଏବଂ ତାଙ୍କ କାର୍ଯ୍ୟାଳୟରେ ସ୍ୱାମୀଙ୍କୁ ଚରିତ୍ରହୀନ ବୋଲି କହିବା ଦ୍ବାରା ଏହା ଛାଡପତ୍ର ପାଇଁ ମୂଳ ଆଧାର ସାଜି ପାରେ ।

Leave A Reply

Your email address will not be published.