Latest Odisha News

BREAKING NEWS

୨୪ ବର୍ଷରେ ଅବସର ଘୋଷଣା କଲେ ଅଲିମ୍ପିଆନ ଟିଟି ଖେଳାଳି ଅର୍ଚ୍ଚନା

ନୂଆଦିଲ୍ଲୀ: ପ୍ୟାରିସ ଅଲିମ୍ପିକ୍ସରେ ପଦକ ଜିତି ନ ଥିଲେ ମଧ୍ୟ ପ୍ରଭାବୀ ପ୍ରଦର୍ଶନ କରି ମନ ଜିଣିଥିବା ମହିଳା ଟେବୁଲ ଟେନିସ ଖେଳାଳି ଅର୍ଚ୍ଚନା କାମଥ ହଠାତ ଅବସର ଘୋଷଣା କରିଛନ୍ତି । ୨୪ ବର୍ଷ ବୟସରେ ସେ ଏହି ନିଷ୍ପତି ନେବା ଅନେକଙ୍କୁ ଆଶ୍ଚର୍ଯ୍ୟଚକିତ କରିଛି । ଉଚ୍ଚ ଶିକ୍ଷା ପାଇଁ ସେ ଅବସର ନେଇଛନ୍ତି ବୋଲି କହିଛନ୍ତି । ଟିଟିରେ ମୋର ୧୫ ବର୍ଷର କ୍ୟାରିୟର ସନ୍ତୋଷଜନକ ରହିଛି । ସରକାର ଓ ପ୍ରଶଂସକଙ୍କ ନିକଟରୁ ମୋତେ ଯେଉଁ ସମର୍ଥନ ମିଳିଛି ତାହା ମୁଁ ଭୁଲି ପାରିବିନି ବୋଲି ଅର୍ଚ୍ଚନା କହିଛନ୍ତି ।

ପ୍ୟାରିସ ଗେମ୍ସରେ ଭାରତର ମହିଳା ଟିମ କ୍ୱାର୍ଟର ଫାଇନାଲରେ ପ୍ରବେଶ କରି ଇତିହାସ ରଚିଥିଲା । ନିଜଠାରୁ ଅଧିକ ମାନ୍ୟତା ପ୍ରାପ୍ତ ଖେଳାଳି ଜିୟାଓନା ଶାନଙ୍କୁ ସେ ପରାସ୍ତ କରିଥିଲେ । ଅର୍ଚ୍ଚନାଙ୍କ ଅବସର ଘୋଷଣା ପଛରେ ସରକାରଙ୍କ ଆର୍ଥୀକ ସହାୟତା ନେଇ ପ୍ରଶ୍ନ ଉଠିଥିଲା । ତେବେ ସେ ଏକ ସାକ୍ଷାତକାରରେ ଏହାକୁ ଖଣ୍ଡନ କରିଛନ୍ତି ।

Comments are closed.