Latest Odisha News

BREAKING NEWS

୧୨ ଘଣ୍ଟାର ଜେରା ପରେ ଇଡି ଅଫିସରୁ ବାହାରିଲେ ବିଜେଡି ବିଧାୟକଙ୍କ ଭାଇ

ଭୁବନେଶ୍ୱର: ପାଖାପାଖି ୧୨ ଘଣ୍ଟା ଜେରାର ସାମ୍ନା କରିବା ପରେ ଇଡି ଅଫିସରୁ ବାହାରିଛନ୍ତି ଢେଙ୍କାନାଳ ବିଜେଡି ବିଧାୟକ ସୁଧୀର ସାମଲଙ୍କ ଭାଇ ଗଙ୍ଗାଧର ସାମଲ। ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗ ହନିଟ୍ରାପ ଓ ବ୍ଲାକମେଲିଂ ମାମଲାରେ ବିଜେଡି ବିଧାୟକ ସୁଧୀର ସାମଲଙ୍କ ଭାଇ ଗଙ୍ଗାଧର ସାମଲ ଆଜି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟରେ ହାଜର ହୋଇ ଜେରାର ସାମ୍ନା କରିଛନ୍ତି।

ଇଡି ଅଧିକାରୀ ଗଙ୍ଗାଧରଙ୍କୁ ଜେରା କରିବା ପାଇଁ ପୂର୍ବରୁ ନୋଟିସ୍ କରିଥିଲା। ଏହାପରେ ଗଙ୍ଗାଧର ହାଜର ହୋଇଥିଲେ। ଏହି ସମୟରେ କିଭଳି ଅର୍ଚ୍ଚନାଙ୍କ ସହ ତାଙ୍କର ଚିହ୍ନା ପରିଚୟ ହେଲା। ଦୁଇ ଜଣଙ୍କ ମଧ୍ୟରେ ଏତେ ଟଙ୍କାରା ନେଣଦେଣ ହୋଇଛି କଣ ପାଇଁ। ଯେଉଁ କାରଣ ପାଇଁ ଦାବି କରୁଛନ୍ତି ତାର ପ୍ରମାଣ ଆଦି ଇଡି ଗଙ୍ଗାଧରଙ୍କଠୁ ମାଗିଥିବା ସୂଚନା ରହିଛି। ଏମିତିକି କିଛି ପ୍ରମାଣ ସେ ଦାଖଲ କରିଥିବା ସୂଚନା ରହିଛି।

ଜେରାର ସାମ୍ନା କରି ଇଡି ଅଫିସରୁ ବାହାରି ଗଙ୍ଗାଧର କହିଛନ୍ତି, ଜଗବନ୍ଧୁ ଏକ କାର୍ ବୁକ୍ କରିଥିଲେ, କିନ୍ତୁ କିଛି ଆୟକର ସମସ୍ୟା ଯୋଗୁଁ ତାହାକୁ ବାତିଲ କରିଦେଇଥିଲେ। ଢେଙ୍କାନାଳ ବିଜେଡି ବିଧାୟକ ସୁଧୀର ସାମଲଙ୍କ ଭାଇ ଗଙ୍ଗାଧର ସାମଲ ୧୨ ଘଣ୍ଟାରେ ଇଡି ଅଫିସରୁ ବାହାରିବା ବେଳେ ଗଣମାଧ୍ୟମକୁ କହିଛନ୍ତି, ବୁକିଂ ବାତିଲ କରିବା ପରେ ଆମେ ତାଙ୍କୁ ୩୫ ଲକ୍ଷ ୧୧ ହଜାର ଟଙ୍କା ଫେରାଇଥିଲୁ। ଚେକ୍ ଜରିଆରେ ହୋଇଥିବା  ଟଙ୍କା କାରବାରର ସମସ୍ତ ପ୍ରକାର ତଥ୍ୟ ଦେଇଛନ୍ତି ବୋଲି ଗଙ୍ଗାଧର ସାମଲ କହିଛନ୍ତି।

ମିଳିଥିବା ସୂଚନା ଅନୁସାରେ ଦାମୀ ଗାଡି  ଏବଂ ବିଳାଶମୟ ଜୀବନରେ ବିଶ୍ୱାସ କରୁଥିବା ଅର୍ଚ୍ଚନା ଏକ ଲେଣ୍ଡ ରୋଭାର କାର କିିଣିବାକୁ ଯୋଜନା କରିଥିଲେ। ଗଙ୍ଗାଧର ସାମଲଙ୍କର କଟକରେ ରହିଛି ଲେଣ୍ଡ ରୋଭର ଭଳି ଅନେକ ଦାମୀ କାର କମ୍ପାନୀର ସୋରୁମ। ତେବେ ଆଜି ସୁଧୀର ସାମଲଙ୍କ ଭାଇ ଜେରାର ସାମ୍ନା କରିବା ପରେ ଆଗାମୀ ଦିନରେ କିଏ ଇଡି ଅଫିସରେ ହାଜର ହେବେ ଏହା ଉପରେ ସମସ୍ତଙ୍କ ନଜର ରହିଛି। ଇଡି ଏହି ମାମଲାରେ ୧୨ ଜଣଙ୍କୁ ସମନ କରିଥିବା କୁହାଯାଇଛି। ଇତି ମଧ୍ୟରେ ଫିଲ୍ମ ପ୍ରଯୋଜକ ଅକ୍ଷୟ ପରିଜା, ଶ୍ରଦ୍ଧାଞ୍ଜଳି, ହୋଟେଲ ବ୍ୟବସାୟୀ ଅମୀୟ ଦାଶ ଏବଂ ହୋଟେଲ ବ୍ୟବସାୟୀ ଅମୀୟକାନ୍ତ ଦାସ ଏବଂ ଗଙ୍ଗାଧର ସାମଲ। ତେଣୁ ଆସନ୍ତାକାଲି କିଏ ହାଜର ହୋଇ ପକ୍ଷ ରଖିବେ ସେ ନେଇ ଚର୍ଚ୍ଚା ଚାଲିଛି।

ସୂଚନାଯୋଗ୍ୟ, ଗଙ୍ଗାଧର ସାମଲ ଏକ କାର ସୋ’ରୁମର ମାଲିକ। ହନିଟ୍ରାପ୍ ଓ କିଛି ଅର୍ଥଲୋଭୀ ବ୍ୟକ୍ତିଙ୍କୁ ବ୍ଲାକମେଲ୍ କରିବା ଅଭିଯୋଗରେ ଗିରଫ ହୋଇଥିବା ଅର୍ଚ୍ଚନା ନାଗଙ୍କ ସହ ରାଜନୈତିକ ନେତାଙ୍କ ସମେତ ବହୁ ବଡ଼ ବଡ଼ ବ୍ୟକ୍ତିଙ୍କର ସମ୍ପର୍କ ଥିବା କଥା ଇଡି କାର୍ଯ୍ୟାଳୟରେ ତାଙ୍କ ସାକ୍ଷ୍ୟରୁ ପ୍ରମାଣିତ ହୋଇଛି। ଗଙ୍ଗଧର ଅର୍ଚ୍ଚନାଙ୍କ ସହ ଟଙ୍କା କାରବାର କରିଥିବା ଜଣାପଡ଼ିଛି। ଅର୍ଚ୍ଚନା ନାଗଙ୍କ ସହ ହୋଇଥିବା ଟଙ୍କା କାରବାରର ସମସ୍ତ ବେଆଇନ ସୂତ୍ର ଖୋଜୁଛି ଇଡି।

Leave A Reply

Your email address will not be published.