ବ୍ରହ୍ମପୁର:ଗଞ୍ଜାମ ଜିଲା ବିଜେପି ସଭାପତି ବିଭୂତି ଭୂଷଣ ଜେନାଙ୍କୁ କନିଷି ତହସିଲଦାର ଅପଶଦ୍ଦ କହିବା ପ୍ରତିବାଦରେ ଶତାଧିକ ବିଜେପି କର୍ମୀଙ୍କ ସମେତ ନିଜେ ବିଜେପି ସଭାପତି ଦୀର୍ଘ ସାଢ଼େ ୫ ଘଣ୍ଟା ଧରି ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ଶେଷରେ ଦୁଇଟି ଫାଟକରେ ତାଲା ଢୁଙ୍କି ଚାଲିଯିବା ସହ କନିଷି ତହସିଲଦାରଙ୍କ ବିରୋଧରେ ଗୋଳନ୍ଥରା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି।
ଗୁରୁବାର ସକାଳ ୯ ଟା ବେଳେ ଜିଲା ସଭାପତି ଶ୍ରୀ ଜେନା, କନିଷି ତହସିଲଦାର ପ୍ରଳୟନାଥ ଶତପଥୀଙ୍କ ସହ ଫୋନରେ ହୋଇଥିଲେ। କନିଷି-ତୁଳୁ ରୋଡରେ ଜବରଦଖଲକାରୀଙ୍କୁ ଉଛେଦ ନିମନ୍ତେ ଦିଆଯାଇଥିବା ନୋଟିସର ସମୟ ସିମା ଶେଷ ହୋଇଯାଇଥିବା ବେଳେ କଣ କାର୍ଯାନୁଷ୍ଠାନ ଗ୍ରହଣ କଲେ ବୋଲି ପ୍ରଶ୍ନ କରିଥିଲେ। ଏଥିରେ ତହସିଲଦାର ଶ୍ରୀ ଶତପଥୀ ଉତକ୍ଷିପ୍ତ ହୋଇ ‘ତୋ ରଙ୍ଗ ଛଡେଇ ଦେବି ବୋଲି କହିବା ସହ ମୁ ମାଜିଷ୍ଟ୍ରେଟ ତତେ ଦେଖିଦେବି’ ବୋଲି କହିଥିବା ଜେନା ଅଭିଯୋଗ କରିଛନ୍ତି। ଏ ନେଇ ଗୋଳନ୍ଥରା ଥାନାରେ ଲିଖିତ ଅଭିଯୋଗ ମଧ୍ୟ କରିଛନ୍ତି। ଏହା ସହ ତହସିଲଦାରଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଛନ୍ତି। ଏହା ପରେ ପୂର୍ବାହ୍ନ ପ୍ରାୟ ସାଢେ଼ ୧୦ ଟା ବେଳେ ବିଜେପିର ଶତାଧିକ କର୍ମୀ ଓ ନିଜେ ଜିଲା ସଭାପତି ଶ୍ରୀ ଜେନା କନିଷି ତହସିଲ ଠାରେ ପହଞ୍ଚିଥିଲେ। ତହସିଲଦାର ଶ୍ରୀ ଶତପଥୀ ନିଜ କାର ଯୋଗେ ଚାଲିଯିବାକୁ ଉଦ୍ୟମ କରିଥିଲେ। ଏହାକୁ ବିରୋଧ କରି ବିଜେପି କର୍ମୀମାନେ କାର ସମ୍ମୁଖରେ ବସିରହି ବିରୋଧ କରିଥିଲେ। ପରିସ୍ଥିତି ଉତ୍ତେଜନା ମୂଳକ ହେବାରୁ ଘଟଣାସ୍ଥଳରେ ଉପସ୍ଥିତ ରହିଥିବା ଗୋଳନ୍ଥରା ଥାନା ଆଇଆଇସି ବିବେକାନନ୍ଦ ମହନ୍ତ ତହସିଲଦାର ଶ୍ରୀ ଶତପଥୀ ଙ୍କୁ ଏସକର୍ଟ କରି କାରରୁ ଓହ୍ଲାଇ କାର୍ଯ୍ୟାଳୟ ପରିସରକୁ ନେଇଯାଇଥିଲେ।
ଏ଼ଇ ଘଟଣାକୁ ବିରୋଧ କରି କର୍ମୀ ମାନେ ତହସିଲ କାର୍ଯ୍ୟାଳୟରେ ଧସେଇ ପସିବାକୁ ଚେଷ୍ଟା କରିବା ପୁଲିସ ପକ୍ଷରୁ ବନ୍ଦ ରଖାଯାଇଥିବା। ମୁଖ୍ୟ ଫାଟକକୁ ଠେଲି ଖୋଲି ଦେଇ କାର୍ଯ୍ୟାଳୟ ପରିସରକୁ ପସିବାକୁ ଉଦ୍ୟମ କରିଥିଲେ। କିନ୍ତୁ ପୁଲିସ ସେମାନଙ୍କୁ ଅଟକାଇବାରେ ସକ୍ଷମ ହୋଇଥିଲା। ଏହାପରେ କର୍ମୀଙ୍କ ସମେତ ଶ୍ରୀ ଜେନା କାର୍ଯ୍ୟାଳୟ ଫାଟକ ସମ୍ମୁଖରେ ବିକ୍ଷୋଭ କରିଥିଲେ। ଅପରାହ୍ନ ପ୍ରାୟ ୩ ଟା ପର୍ଯ୍ୟନ୍ତ ତହସିଲଦାର ଶ୍ରୀ ଶତପଥୀ ବିକ୍ଷୋଭ କାରୀଙ୍କ ନିକଟକୁ ଆସି କ୍ଷମା ନମାଗିବାରୁ କର୍ମୀ ମାନେ କାର୍ଯ୍ୟାଳୟ ଓ ମୁଖ୍ୟ ଫାଟକରେ ତାଲା ପକାଇ ଚାଲି ଯାଇଥିଲେ। ପରେ ସେଠାରେ ଉପସ୍ଥିତ ଥିବା ପୁଲିସ ତାଲା କାଟିଥିଲା। ଅନ୍ୟ ପଟେ ତହସିଲଦାରଙ୍କୁ ଶ୍ରୀ ଜେନା ଫୋନରେ ଧମକ ଦେବା ଏବଂ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ କରିବା ସହ କାରକୁ ଅଟକ ରଖିବା ନେଇ ନେଇ ଗୋଳନ୍ଥରା ଥାନାରେ ୨ ଟି ଲିଖିତ ଅଭିଯୋଗ କରିଛନ୍ତି ତହସିଲଦାର ଶ୍ରୀ ଶତପଥୀ। ଏହାକୁ ଆଧାର କରି ପୁଲିସ ପକ୍ଷରୁ ୪୨୮/୨୨ ଓ ୪୨୯/୨୨ ରେ ଦୁଇଟି ମାମଲା ରୁଜୁ କରାଯାଇଛି। ସେହିପରି ଶ୍ରୀ ଜେନା ଙ୍କ ପକ୍ଷରୁ ତହସିଲଦାର ଶ୍ରୀ ଶତପଥୀଙ୍କ ବିରୋଧରେ ଦିଆଯାଇଥିବା ଅଭିଯୋଗ କୁ ଭିତ୍ତି କରି ପୁଲିସ ପକ୍ଷରୁ ୪୩୦/୨୨ ରେ ଆଉ ଏକ ମାମଲା ରୁଜୁ କରାଯାଇ ତଦନ୍ତ ଚାଲୁଥିବା ଆଇଆଇସି ବିବେକାନନ୍ଦ ମହନ୍ତ ସୂଚନା ଦେଇଛନ୍ତି। ଅନ୍ୟପଟେ ଏହି ଘଟଣା ନେଇ ତହସିଲଦାର ଶ୍ରୀ ଶତପଥୀ କୌଣସି ମତାମତ ଦେଇନାହାନ୍ତି।
BREAKING NEWS
- କକ୍ରୋଚକୁ ଟକ୍କର ଦେବ ଲାଲ୍ ହିଟ୍ ଜନତା ପାର୍ଟି…
- ଆସନ୍ତା ୨ ଦିନ ଯାଏଁ ଝଡ଼ବର୍ଷା ସମ୍ଭାବନା
- Maa Manikeswari’s Chhatar Yatra:ସଂପନ୍ନ ହେଲା ମା’ ମାଣିକେଶ୍ୱରୀଙ୍କ ଛତରଯାତ୍ରା; ବିଶ୍ୱାସ ନାଁରେ ପଡ଼ିଲା ହଜାର ହଜାର ବଳି
- ଟାଇଗର ଶ୍ରଫଙ୍କ ଉପରକୁ ଗୁଳିମାଡ ପରେ ବଢ଼ିଲା ସଲମାନଙ୍କ ସୁରକ୍ଷା
- ଇକ୍ୱାଡର ଚର୍ଚ୍ଚରେ ଲାଇଭ୍-ଷ୍ଟ୍ରିମ୍ ପ୍ରାର୍ଥନା ସମୟରେ ବଡ଼ ଦୁର୍ଘଟଣା: କାନ୍ଥରୁ ଖ୍ରୀଷ୍ଟଙ୍କ ପ୍ରତିମା ଖସିପଡ଼ିବାରୁ ପାଦ୍ରୀଙ୍କ ମୃତ୍ୟୁ
- Lashkar-e-Taiba terrorist Muhammad Sarwar:ଲାହୋରରେ ଲସ୍କରର ଶୀର୍ଷ କମାଣ୍ଡରର ମୃତ୍ୟୁ; ଥିଲା ହାଫିଜ ସଇଦର ଘନିଷ୍ଠ ସହଯୋଗୀ
- ୫୪ ବର୍ଷରେ ବରିଷ୍ଠ ସାମ୍ବାଦିକ ବିଭୂତି ପତିଙ୍କ ଦେହାନ୍ତ
- ଗୁଳିମାଡ଼ ଘଟଣା ପରେ ଏକନାଥ ସିନ୍ଧେଙ୍କ ଆଗରେ କଣ କହିଲେ ଟାଇଗର ?
- ବଲିଉଡ ଅଭିନେତା ଟାଇଗର ଶ୍ରଫ୍ଙ୍କୁ ଗୁଳିମାଡ଼ ଘଟଣା: ୧୬ ଘଣ୍ଟା ଭିତରେ ୩ ଅଭିଯୁକ୍ତ ଗିରଫ
- ସୁଜାତା କାର୍ତ୍ତିକେୟନଙ୍କ ଡିପ୍ଫେକ୍ ଭିଡିଓକୁ ନେଇ ରାଜନୀତି ସରଗରମ; କାର୍ଯ୍ୟାନୁଷ୍ଠାନ ଦାବି କଲା ବିଜେଡି

Comments are closed.