କଟକ: ଅର୍ଚ୍ଚନା ନାଗଙ୍କ ଓକିଲାତି ଲାଇସେନ୍ସ ସାମୟିକ ଭାବେ ନିଲମ୍ବିତ। ଲାଇସେନ୍ସ ନିଲମ୍ବନ ନେଇ ଆଇନଜୀବୀ ପରିଷଦର ନିଷ୍ପତ୍ତି। ଲାଇସେନ୍ସ ଆବେଦନ ଫର୍ମରେ ତ୍ରୂଟିପୂର୍ଣ୍ଣ ତଥ୍ୟ ଦେଇଥିବା ଅଭିଯୋଗ। ନିଜ ଅପରାଧିକ ମାମଲା ସମ୍ପର୍କରେ ତ୍ରୂଟିପୂର୍ଣ୍ଣ ତଥ୍ୟ ଦେଇଥିଲେ ଅର୍ଚ୍ଚନା। ଏକାଧିକ ବ୍ୟବସାୟରେ ସମ୍ପୃକ୍ତି ଥାଇ ତଥ୍ୟ ଲୁଚାଇଥିବା ଅଭିଯୋଗ ହେଲା ପରେ ଲାଇସେନ୍ସ ନିଲମ୍ୱନ କରିଦିଆଯାଇଛି।
ସୂଚନା ଥାଉକି ଅର୍ଚ୍ଚନା ୨୦୨୪ ସେପ୍ଟେମ୍ବର ୨ ତାରିଖରେ ଆଇନଜୀବୀ ଭାବେ ନାମ ଲେଖାଇବା ପାଇଁ ଆବେଦନ କରିଥିଲେ। କିନ୍ତୁ ତାଙ୍କ ଆବେଦନପତ୍ର ଯାଞ୍ଚ କରିବା ପରେ ପରିଷଦ ଜାଣିପାରିଛି ଯେ, ସେ ନିଜ ବିରୋଧରେ ଚାଲିଥିବା ମାମଲା ସମ୍ପର୍କରେ କୌଣସି ସୂଚନା ଦେଇ ନାହାନ୍ତି। ଆବେଦନପତ୍ରର ୨୦ ନମ୍ବର କଲମରେ ଅପରାଧିକ ମାମଲା ସମ୍ପର୍କୀତ ପ୍ରଶ୍ନର ଉତ୍ତରରେ ସେ ‘ନା’ ଲେଖିଥିଲେ, ଯାହା ଏକ ଗୁରୁତର ତଥ୍ୟ ଲୁଚାଇବାର ଉଦାହରଣ ବୋଲି ବାର କାଉନସିଲ କହିଛି।
ଅର୍ଚ୍ଚନା ୨୦୨୨ରେ ଏକ ହନି-ଟ୍ରାପ ମାମଲାରେ ମୁଖ୍ୟ ଅଭିଯୁକ୍ତ ଭାବେ ଅର୍ଚ୍ଚନା ନାଗ ଗିରଫ ହୋଇଥିଲେ। ସେ ଭୁବନେଶ୍ୱରର ଝାରପଡ଼ା ଜେଲରେ ପ୍ରାୟ ୧୪ ମାସ ଥିଲେ। ୨୦୨୩ ଡିସେମ୍ବରରେ ଜେଲରୁ ମୁକୁଳିବା ପରେ ସେ ଆଇନ ପରୀକ୍ଷା ପାଇଁ ପ୍ରସ୍ତୁତି ଆରମ୍ଭ କରିଥିଲେ, ଯେଉଁଥିପାଇଁ ସେ ଜେଲ ଭିତରେ ପାଠ ପଢୁଥିଲେ।
Comments are closed.