Latest Odisha News

BREAKING NEWS

ତୀରନ୍ଦାଜରେ ଓଡିଶା ପାଇଁ ପଦକ ନିଶ୍ଚିତ କଲେ ରଞ୍ଜିତ୍‌

ଭୁବନେଶ୍ୱର:ଖେଲୋ ଇଣ୍ଡିଆ ବିଶ୍ୱବିଦ୍ୟାଳୟରେ କ୍ରୀଡାରେ ଓଡିଶାର ରଞ୍ଜିତ୍ ରିକର୍ଭ ଫାଇନାଲରେ ପ୍ରବେଶ କରି ପଦକ ନିଶ୍ଚିତ କରିଛନ୍ତି । ସେମିଫାଇନାଲ୍‌ରେ ଅୟୋଜକ କିଟର ରଞ୍ଜିତ ୬-୪ରେ ଶୀର୍ଷ ମାନ୍ୟତାପ୍ରାପ୍ତ ସତ୍ୟମ ପଟେଲଙ୍କୁ ହରାଇ ଦେଇଥିଲେ।

ବୁଧବାର ଫାଇନାଲ୍‌ରେ ସେ ପଟିଆଲାର ପଞ୍ଜାବୀ ବିଶ୍ବବିଦ୍ୟାଳୟର ଉତ୍କର୍ଷଙ୍କୁ ଭେଟିବେ। ମହିଳା ରିକର୍ଭରେ ରୋହତକର ମହର୍ଷି ଦୟାନନ୍ଦ ବିଶ୍ବବିଦ୍ୟାଳୟର ପ୍ରିୟଙ୍କା ଠାକ୍‌ରନ୍ ବିଶ୍ବ କ୍ୟାଡେଟ୍ ରିକର୍ଭ ବିଜେତା କୋମୋଲିକା ବାରିଙ୍କୁ ସେମିଫାଇନାଲରେ ପରାଜିତ କରିଥିଲେ।

Comments are closed.