Latest Odisha News

BREAKING NEWS

ଅଦିନିଆ ଝଡ଼ବର୍ଷାରେ ଏହି ୨ଟି ସହର ପ୍ରଭାବିତ; ପବନ ବହିବା ସହ ଉପୁଡ଼ିଲା ଗଛ

ଫୁଲବାଣୀ: ଓଡ଼ିଶାର ଫୁଲବାଣୀ ଓ ବଲାଙ୍ଗୀର ସହରରେ ମଙ୍ଗଳବାର ଦିନ ଅଦିନିଆ ଝଡ଼ବର୍ଷା ଯୋଗୁଁ ଜୀବନଯାତ୍ରା ବ୍ୟାହତ ହୋଇଛି ।

BjdElectrycity

ଗଣମାଧ୍ୟମରେ ପ୍ରକାଶିତ ଖବର ଅନୁଯାୟୀ, ଫୁଲବାଣୀ ଓ ବଲାଙ୍ଗୀର ସହରରେ ଆଜି ପ୍ରାୟ ୩୦ ରୁ ୪୦ କିଲୋମିଟର ବେଗରେ ପବନ ବହିବା ସହିତ ଅନେକ ଗଛ ଉପୁଡ଼ି ପଡ଼ିଛି । ଏହି ଦୁଇ ସହରରେ ରାସ୍ତା ଉପରେ ଗଛ ଉପୁଡ଼ି ପଡ଼ିଥିବା ଯୋଗୁଁ କେତେକ ସ୍ଥ୍‌ାନରେ ରାସ୍ତା ଅବରୋଧ ହୋଇଛି । ପ୍ରବଳ ବର୍ଷା ଓ ପବନ ଯୋଗୁଁ ବିଦ୍ୟୁତ ସେବା ବ୍ୟାହତ ହୋଇଛି ।

ଗଛ ଉପୁଡ଼ି ପଡ଼ିଥିବା ଯୋଗୁଁ କନ୍ଧମାଳ ଜିଲ୍ଲାପାଳ କାର୍ଯ୍ୟାଳୟ ଏବଂ ଆରକ୍ଷୀ ଅଧିକ୍ଷକଙ୍କ ଅଫିସ ସମ୍ମୁଖ ରାସ୍ତା ଅବରୋଧ ହୋଇଛି । ଏଠାରେ ଯାନବାହନ ଚଳାଚଳ ବ୍ୟାହତ ହୋଇଥିବା ସୂଚନା ମିଳିଛି । ଅନେକଙ୍କ ଘର ଆଜବେଷ୍ଟ ପବନରେ ସମ୍ପୂର୍ଣ୍ଣ ଉଡ଼ିଯାଇଥିବା ଯୋଗୁଁ ଖୋଲା ଆକାଶ ତଳେ କିଛି ଲୋକ ରହିଥିବା ଜଣା ପଡ଼ିଛି ।

Leave A Reply

Your email address will not be published.