Latest Odisha News

BREAKING NEWS

ଅରଡେଇ ପୋଲ କେନ୍ଦୁଝର ସଦର ଅଞ୍ଚଳ ପାଇଁ ଏକ ନୂତନ ପରିଚୟ ଆଣିବ – ମୁଖ୍ୟମନ୍ତ୍ରୀ

କେନ୍ଦୁଝର: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ପ୍ରଚେଷ୍ଟାରେ କେନ୍ଦୁଝର ସଦର ଅନ୍ତର୍ଗତ ବୋଦାପାଳସା ଗ୍ରାମପଞ୍ଚାୟତ ପାଇଲା ନୂଆ ପରିଚୟ । ବହୁଦିନୁ ଏହି ଅଞ୍ଚଳ ସମେତ ଆଖପାଖ ପାଞ୍ଚଟି ପଞ୍ଚାୟତର ଲୋକଙ୍କ ଆଶା ଥିବା ଅରଡେଇ ନାଳ ଉପରେ ନିର୍ମାଣ ହୋଇଥିବା ପୋଲକୁ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ଆଜି ଉଦଘାଟନ କରି ଏହାକୁ ଜନସାଧାରଣଙ୍କୁ ଉତ୍ସର୍ଗୀକୃତ କରିଛନ୍ତି ।

ସୂଚନାଯୋଗ୍ୟ ଯେ, ଏହି ପୋଲ ପ୍ରାୟ ୫୦୦୦ରୁ ଉର୍ଦ୍ଧ୍ୱ ଅଞ୍ଚଳବାସୀଙ୍କ ଦୈନନ୍ଦିନ ଗମନାଗମନର ମୁଖ୍ୟ ଧାରା ସାଜିଛି । କେନ୍ଦୁଝର ଗସ୍ତରେ ଯାଇ ମୁଖ୍ୟମନ୍ତ୍ରୀ ଏହି ପୋଲକୁ ଜନସାଧାରଣଙ୍କ ପାଇଁ ଉତ୍ସାର୍ଗୀକୃତ କରି କହିଛନ୍ତି ଯେ, ବୋଦାପାଳସା ଗ୍ରାମପଂଚାୟତ ଏବଂ ଏହାର ଆଖପାଖ ଗ୍ରାମର ଲୋକଙ୍କୁ ଆଉ ଯିବା ଆସିବାରେ କୌଣସି ଅସୁବିଧା ରହିବ ନାହିଁ । ୧୦୦ ମିଟରରୁ ଉର୍ଦ୍ଧ୍ୱ ଲମ୍ବ ବିଶିଷ୍ଟ ଏହି ପୋଲ କେନ୍ଦୁଝର ସଦର ଅଞ୍ଚଳ ପାଇଁ ଏକ ନୂତନ ପରିଚୟ ଆଣିବ ।

ଉକ୍ତ ଉଦଘାଟନ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀଙ୍କ ସମେତ ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ଡଃ ଫକୀର ମୋହନ ନାଏକ, ପାଟଣା ବିଧାୟକ ଅଖିଳ ନାଏକ ଓ ଜିଲ୍ଲାପାଳ ବିଶାଲ ସିଂହ ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.