Latest Odisha News

BREAKING NEWS

ବିଚାର ବିଭାଗୀୟ ହାଜତକୁ ଗଲେ ଠକେଇ ଅଭିଯୋଗରେ ଗିରଫ ଘରୋଇ ନ୍ୟୁଜ୍ ଚ୍ୟାନେଲ୍ ସମ୍ପାଦକ

ଭୁବନେଶ୍ୱର: ଠକେଇ ଅଭିଯୋଗରେ କ୍ରାଇମବ୍ରାଞ୍ଚର ଅର୍ଥନୈତିକ ଅପରାଧ ଶାଖା(EOW) ଏକ ଘରୋଇ ନ୍ୟୁଜ୍ ଚ୍ୟାନେଲର ସମ୍ପାଦକ ଅର୍ଦ୍ଧେନ୍ଦୁ ଦାସଙ୍କୁ ଗିରଫ କରିଛି । ଗିରଫ ପରେ ଅର୍ଦ୍ଧେନ୍ଦୁଙ୍କୁ ଇଓଡବ୍ଲୁ କୋର୍ଟ ଚାଲାଣ କରିଥିଲା । ଜାମିନ୍ ନାମଞ୍ଜୁର ହେବାରୁ କୋର୍ଟ ଜୁଲାଇ ୧୩ ପର୍ଯ୍ୟନ୍ତ ଅର୍ଦ୍ଧେନ୍ଦୁଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦେଇଛନ୍ତି ।

EOWରେ ଅର୍ଦ୍ଧେନ୍ଦୁଙ୍କ ନାଁରେ ୧ କୋଟି ଟଙ୍କାର ଠକେଇ ମାମଲା ରହିଛି । ଦିଲ୍ଲୀର ଜଣେ ବ୍ୟବସାୟୀ EOWରେ ଅର୍ଦ୍ଧେନ୍ଦୁ ଠକିଥିବା ନେଇ ଅଭିଯୋଗ କରିଛନ୍ତି । ଅନ୍ୟପଟେ ଅର୍ଦ୍ଧେନ୍ଦୁଙ୍କ ନାଁରେ କଟକ ପୁରୀଘାଟ ଥାନାରେ ମଧ୍ୟ ଏତଲା ଦାଏର ହୋଇଛି ।

ଠକେଇ ମାମଲାରେ ହାଜର ହେବା ନେଇ ଇଓଡବ୍ଲୁ ଅର୍ଦ୍ଧେନ୍ଦୁଙ୍କୁ ୨ ଥର ନୋଟିସ୍ କରିଥିଲା । ଓକିଲଙ୍କ ମାଧ୍ୟମରେ ଅର୍ଦ୍ଧେନ୍ଦୁ ଇଓଡବ୍ଲୁକୁ କାର୍ଯ୍ୟବସ୍ତତା ଥିବା ଦର୍ଶାଇବା ସହ ପରେ ହାଜର ହେବେ ବୋଲି କହିଥିଲେ । ୨୮ ତାରିଖ ଭୋରରେ ଅର୍ଦ୍ଧେନ୍ଦୁଙ୍କ ଭୁବନେଶ୍ୱର ବାସଭବନରେ ରେଡ୍ କରିଥିଲା ଇଓଡବ୍ଲୁ । ଅର୍ଦ୍ଧେନ୍ଦୁ ଘରେ ନଥିବାରୁ ଇଓଡବ୍ଲୁ ଖାଲି ହାତରେ ଫେରିଥିଲା । ୨୯ ତାରିଖରେ ବଡ଼ ଉକ୍ତ ଘରୋଇ ଚ୍ୟାନେଲ ଅଫିସରେ ଯାଞ୍ଚ କରିଥିଲା ଇଓଡବ୍ଲୁ । ଆଜି ଅର୍ଦ୍ଧେନ୍ଦୁଙ୍କୁ ଗିରଫ ପରେ କୋର୍ଟ ଚାଲାଣ କରିଥିଲା ଇଓଡବ୍ଲୁ ।

Leave A Reply

Your email address will not be published.