Latest Odisha News

BREAKING NEWS

୪୦ ଟଙ୍କିକିଆ ଔଷଧରେ ଚିକିତ୍ସିତ ହେଉଛନ୍ତି ଧୋନୀ

ରାଂଚୀ: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀଙ୍କ ଚିକିତ୍ସା ଏବେ ଚର୍ଚ୍ଚାର କାରଣ ସାଜିଛି । ଧୋନୀ ଏବେ କିଛି ଦିନ ହେବ ଆଣ୍ଠୁ ସମସ୍ୟାରେ ପୀଡିତ । ସେ ଏହାର ଚିକିତ୍ସା ବଡ ଡାକ୍ତରଖାନା ଓ ଚିକିତ୍ସକଙ୍କ ପାଖରେ କରିବା ବଦଳରେ ରାଂଚୀର ଜଙ୍ଗଲକୁ ଦୌଡୁଛନ୍ତି । ଆଜ୍ଞା ହଁ.. ରାଂଚୀଠାରୁ ୭୦ କିମି ଦୂର ଲାପୁଙ୍ଗ ଜଙ୍ଗଲରେ ଥିବା ବୈଦ୍ୟ ବନ୍ଦନ ସିଂ ଖେରୱାର ଧୋନୀଙ୍କ ଚିକିତ୍ସା କରୁଛନ୍ତି । ଔଷଧ ସହ ତାଙ୍କ ଫିସ ମାତ୍ର ୪୦ ଟଙ୍କା । ଧୋନୀଙ୍କୁ ବୈଦ୍ୟଜଣଙ୍କ ପ୍ରଥମେ ଚିହ୍ନି ପାରି ନ ଥିଲେ । ତାଙ୍କ ସହ ଆସିଥିବା ବ୍ୟକ୍ତିମାନେ ପରିଚିତ କରାଇଥିଲେ ।

ସେବେଠାରୁ ପ୍ରାୟ ୪ରୁ ୭ ଦିନ ବ୍ୟବଧାନରେ ଧୋନୀ ଏଠାକୁ ଆସିଛନ୍ତି । ଏହି ଖବର ପ୍ରସାରିତ ହେବା ପରେ ଏହି ଷ୍ଟାର ଖେଳାଳିଙ୍କ ସହ ଫଟୋ ଉଠାଇବା ପାଇଁ ଭୀଡ ଜମୁଛି । ଅନ୍ୟ ରୋଗୀମାନଙ୍କ ଯେପରି ଅସୁବିଧା ନ ହେବ ସେଥିପାଇଁ ଧୋନୀଙ୍କ କାର ନିକଟକୁ ବୈଦ୍ୟ ଜଣଙ୍କ ଔଷଧ ପଠାଇ ଦେଉଛନ୍ତି । ଆଉ ସେ ସୁନା ପିଲା ଭଳି ୪୦ ଟଙ୍କା ଦେଇ ଦେଉଛନ୍ତି ।

Leave A Reply

Your email address will not be published.