Latest Odisha News

BREAKING NEWS

ଆଜି ଓଡ଼ିଶାରେ ବ୍ୟାଙ୍କ୍ ବନ୍ଦ ନା ଖୋଲା?

ଭୁବନେଶ୍ୱର: ଚଳିତ ବର୍ଷ ଗୁଡ ଫ୍ରାଇଡେ ୧୮ ଏପ୍ରିଲରେ ପଡୁଅଛି। ତେଣୁ ଏହି ଅବସରରେ ଓଡିଶା ସମେତ ଅନେକ ରାଜ୍ୟର ବ୍ୟାଙ୍କଗୁଡ଼ିକ ବନ୍ଦ ରହିବ।

ଭାରତୀୟ ରିଜର୍ଭ ବ୍ୟାଙ୍କର କ୍ୟାଲେଣ୍ଡରରେ ଗୁଡଫ୍ରାଇଡେକୁ  ଅଧିକାଂଶ ରାଜ୍ୟରେ ଛୁଟିଦିନ ଭାବରେ ସାମିଲ କରାଯାଇଛି। ତେବେ ଏଥିମଧ୍ୟରେ ତ୍ରିପୁରା, ଆସାମ, ରାଜସ୍ଥାନ, ଜମ୍ମୁ, ହିମାଚଳ ପ୍ରଦେଶ ଏବଂ ଶ୍ରୀନଗର ବ୍ୟତୀତ ଆହୁରି ମଧ୍ୟ ରାଜ୍ୟ ଅନ୍ତର୍ଭୁକ୍ତ ଅଛନ୍ତି। ଯଦିଓ ଫିଜିକାଲ ବ୍ରାଞ୍ଚ ମାନ ବନ୍ଦ ରହିବ କିନ୍ତୁ ଅନଲାଇନ୍ ଟ୍ରାନ୍ସଫର, ବିଲ୍ ପେମେଣ୍ଟ ଏବଂ ଏଟିଏମ୍ ଭଳି ଡିଜିଟାଲ୍ ବ୍ୟାଙ୍କିଂ ସେବାଗୁଡ଼ିକ କାର୍ଯ୍ୟକାରୀ ରହିବ।

ତେବେ ଶୁକ୍ରବାର ଦିନ ଭାରତୀୟ ଷ୍ଟକ୍ ବଜାର ମଧ୍ୟ ବନ୍ଦ ରହିବ। ତେବେ ଚଳିତ ଏପ୍ରିଲ ମାସରେ ମୋଟ ୧୩ଟି ନିର୍ଦ୍ଦିଷ୍ଟ ଦିନରେ ବ୍ୟାଙ୍କ ଛୁଟି ଅଛି। ଯେଉଁଥିରେ ଶନିବାରର ଛୁଟି ମଧ୍ୟ ଅନ୍ତର୍ଭୁକ୍ତ ରହିଛି। ତେବେ ଏପ୍ରିଲ୍ ମାସରେ ୧, ୫, ୭, ୧୦, ୧୪, ୧୫ ଏବଂ ୧୬ ତାରିଖରେ ବ୍ୟାଙ୍କ ବନ୍ଦ ରହିଥିଲା।

Comments are closed.