Latest Odisha News

BREAKING NEWS

ବ୍ଲାକମେଲ୍ ପାଇଁ ଆତ୍ମହତ୍ୟା କଲେ କି ଡିଜେ ଆଜେକ୍ସ ?

ଭୁବନେଶ୍ୱର: ଶନିବାର ସନ୍ଧ୍ୟାରେ ବର୍ଷା ପବନ ହେଉଥିଲା । ଜର ହେଉଛି କହି ଘରେ ଶୋଇଥିଲେ ଡିଜେ ଆଜେକ୍ସ । ଆଉ ରାତି ୧୦ଟାରେ ବିଦ୍ୟୁତ୍ ଆସିଲା ବେଳକୁ ବେଡସିଟ୍ ବାନ୍ଧି ଝୁଲି ପଡ଼ିଥିଲେ ଡିଜେ ଆଜେକ୍ସ ଓରଫ୍ ଅକ୍ଷୟ । ତେବେ କାହିଁକି ଅକ୍ଷୟ ଜୀବନ ହାରିଲେ ? ମାନସିକ ଚାପ ଯୋଗୁଁ ଅକ୍ଷୟ ଆତ୍ମହତ୍ୟା କରିଥିବା ପୋଲିସ ପ୍ରାଥମିକ ତଦନ୍ତରୁ ଜାଣିବାକୁ ପାଇଛି ।

ଅନ୍ୟପଟେ ଅକ୍ଷୟଙ୍କ ସାଙ୍ଗ ରାହୁଲ ଦେଇଛନ୍ତି ଚାଞ୍ଚଲ୍ୟକର ବୟାନ । କହିଛନ୍ତି, ଆଜେକ୍ସ ତମାଣ୍ଡୋ ଅଞ୍ଚଳର ଜଣେ ଝିଅ ସହ ସମ୍ପର୍କରେ ଥିଲା । ଆଜେକ୍ସ ଯେଉଁ ଝିଅକୁ ଭଲ ପାଉଥିଲା ସେହି ଝିଅ ଆଉ ଜଣେ ପୁଅକୁ ଭଲ ପାଉଥିଲା । ଦୁଇ ଜଣ ମିଶି ଆଜେକ୍ସକୁ ବ୍ଲାକମେଲ୍ କରୁଥିଲେ ବୋଲି କହିଛନ୍ତି ରାହୁଲ ।

ଆଜେକ୍ସ ମାନସିକ ଚାପରେ ଥିଲେ । ପାଖାପାଖି ୧୫ରୁ ୨୦ ଦିନ ହେବ ଆଜେକ୍ସଙ୍କ ମାନସିକ ସ୍ଥିତି ଠିକ୍ ନଥିବା ରାହୁଲ୍ କହିଛନ୍ତି । ଏପରିକି ଆଜେକ୍ସଙ୍କ ପ୍ରେମିକା ଆଉ ଜଣେ ବନ୍ଧୁଙ୍କ ସହ ଯିବାଆସିବା କରୁଥିବାରୁ ଏକ ପୁରୁଣା ସ୍କୁଟି ଖୋଜୁଥିଲେ ଆଜେକ୍ସ । ଆଜେକ୍ସଙ୍କ ବାନ୍ଧବୀ ଏକ ଘରୋଇ ମେଡିକାଲ୍ କଲେଜରେ ଡେଣ୍ଟାଲ ବିଭାଗରେ ପଢ଼ୁଥିବା ବେଳେ ଫେଲ୍ ହେବାରୁ ଟଙ୍କା ମାଗି ନେଇଥିବା ଜଣାପଡ଼ିଛି ।

ଅକ୍ଷୟ ନିଜ ଇଜ୍ଜତକୁ ସବୁବେଳେ ଜଗେ । ହୁଏତ ସେଥିପାଇଁ ସେ କାହାକୁ କିଛି କହି ନଥିବ ବୋଲି କହିଛନ୍ତି ଅକ୍ଷୟଙ୍କ ସାଙ୍ଗ ରାହୁଲ । ଡିଜେ ଆଜେକ୍ସ ମୃତ୍ୟୁ ଘଟଣାକୁ ନେଇ ଜୋନ- ୧ ଏସିପି କହିଛନ୍ତି, ଖାରବେଳ ନଗର ଥାନାରେ ପରିବାର ଲୋକେ ଅଭିଯୋଗ କରିଛନ୍ତି । ପରିବାର ଲୋକଙ୍କ ଅଭିଯୋଗ ଆଧାରରେ ମାମଲା ରୁଜୁ ହୋଇଛି । ଯେଉଁମାନଙ୍କ ନାଁରେ ଅଭିଯୋଗ ସେମାନଙ୍କୁ ତଦନ୍ତ ପରିସର ଭୁକ୍ତ କରାଯିବ । ପୋଷ୍ଟମର୍ଟମ ରିପୋର୍ଟ ଓ ଡିଜିଟାଲ ପ୍ରମାଣ ଆଧାରରେ ତଦନ୍ତ ହେବ ।

Leave A Reply

Your email address will not be published.