Latest Odisha News

ଟ୍ରେନରେ ତତ୍କାଳ ଟିକେଟ୍ ବୁକିଂ ସମୟରେ ପରିବର୍ତ୍ତନ! ସ୍ପଷ୍ଟୀକରଣ ଦେଲା ଆଇଆରସିଟିସି

ନୂଆଦିଲ୍ଲୀ: ଟ୍ରେନରେ ତତ୍କାଳ ବୁକିଂର ସମୟ ପରିବର୍ତ୍ତନ ହେଲା କି? ବର୍ତ୍ତମାନ ସୋସିଆଲ ମିଡିଆରେ ଏପରିକି କିଛି ଭାଇରାଲ ହେବାରେ ଲାଗିଛି। ଏସବୁ ତଥ୍ୟ ମିଥ୍ୟା ଅଟେ ଓ ଏହା ଏକ ଗୁଜବ ବୋଲି ଆଇଆରସିଟିସି ନିଜର ଏକ୍ସ ଆକାଉଣ୍ଟ ମାଧ୍ୟମରେ ସୂଚନା ଦେଇଛି। ତେବେ ବର୍ତ୍ତମାନ ଏସି ଏବଂ ନନ୍-ଏସି କ୍ଲାସରେ ତତ୍କାଳ କିମ୍ବା ପ୍ରିମିୟମ୍ ତତ୍କାଳ ର  ବୁକିଂ ସମୟରେ  ପରିବର୍ତ୍ତନ କିମ୍ବା ଏଜେଣ୍ଟମାନଙ୍କ  ସମୟରେ ମଧ୍ୟ ପରିବର୍ତ୍ତନ କରିବାର କୌଣସି ଯୋଜନା ନାହିଁ ବୋଲି ଆଇଆରସିଟିସି ତରଫରୁ ଘୋଷଣା କରାଯାଇଛି।

ବର୍ତ୍ତମାନର ନିୟମ ଅନୁଯାୟୀ ତତ୍କାଳ ଟିକେଟ୍ ୨୪ ଘଣ୍ଟା ପୂର୍ବରୁ ବୁକ୍ କରାଯାଇଥାଏ। ଅର୍ଥାତ ଯେଉଁଦିନ ଯାତ୍ରା କରିବାର ଥିବ ତାହାର ପୂର୍ବ ଦିନ ସକାଳ ୧୦ଟାରେ ଏସି କ୍ଲାସ ପାଇଁ ତତ୍କାଳ ବୁକିଂ କରାଯାଇଥାଏ ଓ ନନ୍ ଏସି କ୍ଲାସ ପାଇଁ ପୂର୍ବ ତାରିଖରେ ସକାଳ ୧୧ଟାରେ ବୁକିଂ ଆରମ୍ଭ ହୋଇଥାଏ। ତେବେ ତତ୍କାଳ ଟିକେଟ୍ ବୁକ୍ କରିବା ପାଇଁ ଅତିରିକ୍ତ ଶୁଳ୍କ ମଧ୍ୟ ଦେବାକୁ ପଡିଥାଏ। ବର୍ତ୍ତମାନ ଦେଶରେ କିଛି କିଛି ଟ୍ରେନରେ ହିଁ ତତ୍କାଳ ସେବା ଉପଲବ୍ଧ ରହିଛି। ଯଦିଓ ଟିକେଟ୍ ବୁକ୍ କରିବା ସମୟରେ ତତ୍କାଳର ବିକଳ୍ପ ବାଛିବାକୁ ପଡିଥାଏ।

ତେବେ ଯେଉଁ ଲୋକମାନଙ୍କୁ ହଠାତ ବିନା କୌଣସି ଯୋଜନାରେ ଯାତ୍ରା କରିବାକୁ ପଡ଼ିଥାଏ ସେହିମାନଙ୍କ ପାଇଁ ତତ୍କାଳ ସେବା ସର୍ବୋତ୍ତମ ଅଟେ। ଯାହାଦ୍ୱାରା ସେମାନଙ୍କୁ ଯାତ୍ରାରେ ସିଟ ମିଳିବାରେ କୌଣସି ଅସୁବିଧାର ସମ୍ମୁଖୀନ ହେବାକୁ ପଡିନଥାଏ।

 

 

Comments are closed.