Latest Odisha News

ଆପଣ ଅତ୍ୟଧିକ ପାଣି ପିଉଛନ୍ତି କି ?

ନୂଆଦିଲ୍ଲୀ: ଆପଣ ନିଶ୍ଚୟ ଶୁଣିଥିବେ ଯେ ସମସ୍ତେ ପ୍ରତିଦିନ ୨ ରୁ ୩ ଲିଟର ପାଣି ପିଇବା ଉଚିତ୍। ପାଣି ପିଇବା ଶରୀର ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଅଧିକ ପାଣି ପିଇଲେ ଦେହ ହାଇଡ୍ରେଟ୍ ରହେ। କିନ୍ତୁ ଅଧିକ ପାଣି ପିଇବା ମଧ୍ୟ କ୍ଷତିକାରକ ହୋଇପାରେ। ସାଧାରଣତଃ ଦେଖାଯାଏ ଯେ ଲୋକଙ୍କ ମନରେ ପାଣି ସହ ଜଡିତ ଅନେକ ଭୁଲ ବୁଝାମଣା ରହିଛି, ଯେଉଁଥିପାଇଁ ସେମାନଙ୍କୁ କ୍ଷତି ସହିବାକୁ ପଡିଥାଏ। ତେବେ ଚାଲନ୍ତୁ ଜାଣିବା ପାଣି ସମ୍ବନ୍ଧୀୟ ବିଶେଷ କଥା…

ଅତ୍ୟଧିକ ପାଣି ପିଇବା ଦ୍ବାରା ଆପଣଙ୍କ ଜୀବନ ମଧ୍ୟ ଯାଇପାରେ। ଅଧିକ ପାଣି ପିଇବା ଦ୍ୱାରା ୱାଟର ଟକ୍ସିସିଟି ରୋଗ ହୋଇପାରେ। ଏହି ରୋଗରେ କିଡନୀରେ ପାଣି ଜମା ହେବା ଆରମ୍ଭ ହୋଇଥାଏ। ଯେଉଁକାରଣରୁ ରକ୍ତରେ ସୋଡିୟମ୍ ଜମା ହେବା ଆରମ୍ଭ ହୋଇଥାଏ। ଆଉ ଏହି କାରଣରୁ ଆମ ଶରୀର ପାଣି ହଜମ କରିବାରେ ଅସୁବିଧାର ସମ୍ମୁଖୀନ ହୋଇଥାଏ । ଯାହା ଭବିଷ୍ୟତରେ ଅନେକ ସମସ୍ୟା ସୃଷ୍ଟି କରେ। ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ କହିବାନୁସାରେ, ଜଣେ ବ୍ୟକ୍ତି ତାଙ୍କର ତୃଷା ଅନୁସାରେ ପାଣି ପିଇବା ଉଚିତ୍, ତୃଷାର୍ତ୍ତ ବିନା ପାଣି ପିଇବା ଦ୍ବାରା ଆପଣଙ୍କୁ ଅନେକ ସମସ୍ୟା ହୋଇପାରେ।

ଅଧିକ ପାଣି ଆପଣଙ୍କ କିଡନୀରେ ଫୁଲା ହୋଇପାରେ। ଏହା ବ୍ୟତୀତ, ଶୋଷ ନକରି ପାଣି ପିଇବା ଆପଣଙ୍କ ଧ୍ୟାନକୁ ଆହୁରି ଖରାପ କରିଥାଏ, ନିଦ କମିବା ଆରମ୍ଭ ହୁଏ ଏବଂ ବେଳେବେଳେ କିଡନୀ ନଷ୍ଟ ହେବାର ସମ୍ଭାବନା ଥାଏ । ଅତ୍ୟଧିକ ଜଳ ହାଇପୋଟେରୋମିଆ ସୃଷ୍ଟି କରିପାରେ। ଯେଉଁଥିରେ ଶରୀରରେ ଥିବା ଲୁଣସ୍ତର କମିଯାଏ ଏବଂ ମସ୍ତିଷ୍କ ପ୍ରଦାହ ହୋଇଯାଏ। ଅତ୍ୟଧିକ ପାଣି ରକ୍ତଚାପ ବଢାଇ ଥାଏ, ହୃଦ୍‌ପିଣ୍ଡ ଠିକ ଭାବରେ କାର୍ଯ୍ୟ କରିପାରେ ନାହିଁ।

କ୍ଷୀର, କମଳା ରସ, ଏବଂ ଓଆରଏସ୍ ତୁଳନାରେ ସାଧା ପାଣିର ହାଇଡ୍ରେସନ୍ ଇଣ୍ଡେକ୍ସ ଯଥେଷ୍ଟ କମ୍ ଅଟେ। ବାସ୍ତବରେ, ହାଇଡ୍ରେସନ୍ ଇଣ୍ଡେକ୍ସର ଅର୍ଥ ହେଉଛି ପାଣି କିମ୍ବା ତରଳ ପଦାର୍ଥ ପିଇବା ପରେ ଏହା ଶରୀରରେ କେତେ ସମୟ ରହିଥାଏ। ଯଦି ପାଣି ପିଇବାର ୧ ଘଣ୍ଟା ମଧ୍ୟରେ ଆପଣଙ୍କର ପରିସ୍ରା ନିର୍ଗତ ହୁଏ, ତେବେ ଏହାର ଅର୍ଥ ହେଉଛି ଯେ ଆପଣଙ୍କ ଶରୀରରେ ପାଣି ରହୁନାହିଁ। ନୂତନ ବୈଜ୍ଞାନିକ ତଥ୍ୟ ଅନୁଯାୟୀ ସାଧା ପାଣି ଶରୀରରେ ରହେ ନାହିଁ ଏବଂ ଶୀଘ୍ର ବାହାରକୁ ବାହାରିଯାଏ। ତେଣୁ ସାଧା ପାଣି ବଦଳରେ ନଡ଼ିଆ ପାଣି, ଲେମ୍ବୁ ପାଣି, ଜୁସ୍ ଇତ୍ୟାଦିକୁ ଅଧିକ ପିଇବା ଉଚିତ୍।

ଗୋଟିଏ ଦିନରେ ଶରୀର ପାଇଁ କେତେ ପାଣି ଆବଶ୍ୟକ ?
ବିଶେଷଜ୍ଞଙ୍କ ଅନୁଯାୟୀ, ଦିନକୁ ୩ ଲିଟର ପାଣି ପିଇବା ଭଲ। କିନ୍ତୁ ଆପଣଙ୍କ ଶରୀରକୁ ମଧ୍ୟ ଦେଖିବା ଆବଶ୍ୟକ। ଯଦି ଆପଣଙ୍କ ଶରୀର ଏପରି ଯେ, ୩ ଲିଟର ପାଣି ପିଇ ପାରିବେ, ତେବେ ପିଇବା ଉଚିତ। ନଚେତ ଏତେ ପରିମାଣର ପାଣି ପିଇବା ପାଇଁ ନିଜକୁ ବାଧ୍ୟ କରନ୍ତୁ ନାହିଁ। ଏହାକୁ ଏକାଥରକେ ପିଇବା ପରିବର୍ତ୍ତେ ଧୀରେ ଧୀରେ କରି ପାଣି ପିଇବା ଭଲ।

Leave A Reply

Your email address will not be published.