ନୂଆଦିଲ୍ଲୀ: ପାଗ ପରିବର୍ତ୍ତନ ସହିତ ଲୋକମାନେ ଫୁସଫୁସ ସମସ୍ୟା ସମେତ ବିଭିନ୍ନ ସ୍ୱାସ୍ଥ୍ୟ ସମସ୍ୟାର ସମ୍ମୁଖୀନ ହୁଅନ୍ତି। ଶୀତ ଋତୁରେ କାଶ ଏବଂ ନିଶ୍ୱାସ ପ୍ରଶ୍ୱାସ ଭଳି ସମସ୍ୟା ବୃଦ୍ଧି ପାଏ। ଏପରି ଲକ୍ଷଣଗୁଡ଼ିକ ପ୍ରାୟତଃ ଦୁର୍ବଳ ଫୁସଫୁସକୁ ସୂଚାଇଥାଏ। COPD (Chronic Obstructive Pulmonary Disease) ବିଷୟରେ ସଚେତନତା ବୃଦ୍ଧି କରିବା ପାଇଁ, ପ୍ରତିବର୍ଷ ନଭେମ୍ବର ମାସର ତୃତୀୟ ବୁଧବାରରେ ବିଶ୍ୱ COPD ଦିବସ ପାଳନ କରାଯାଏ।
COPD ଏକ ଗମ୍ଭୀର ଫୁସଫୁସ ରୋଗ, କିନ୍ତୁ ଅନେକ ଲୋକ ଏହାର ପ୍ରାରମ୍ଭିକ ଲକ୍ଷଣଗୁଡ଼ିକୁ ଚିହ୍ନି ପାରନ୍ତି ନାହିଁ। COPD ବିଷୟରେ ସଚେତନତା ବୃଦ୍ଧି କରିବା ପାଇଁ ଏହି ଦିବସ ପାଳନ କରାଯାଏ। COPD ର ମୁଖ୍ୟ କାରଣ ହେଉଛି ଧୂମପାନ, ପ୍ରଦୂଷଣ ଏବଂ ଧୂଳି / ରାସାୟନିକ ପଦାର୍ଥର ସଂସ୍ପର୍ଶ। ଏହି ଦିନରେ ବିପଦ ଏବଂ ପ୍ରତିରୋଧ ପଦ୍ଧତି ଉପରେ ଧ୍ୟାନ ଦିଆଯାଏ।
ତେବେ ଆସନ୍ତୁ ଜାଣିବା ଦୁର୍ବଳ ଫୁସଫୁସର ଲକ୍ଷଣଗୁଡ଼ିକ ବିଷୟରେ…
ନିଶ୍ୱାସ ନେବା କଷ୍ଟ,ନିରନ୍ତର କାଶ,ଛାତି ଯନ୍ତ୍ରଣା,ଥକ୍କାପଣ ଏବଂ ଦୁର୍ବଳତା, ବାରମ୍ବାର ଥଣ୍ଡା କିମ୍ବା ଫୁସଫୁସ ସଂକ୍ରମଣ,ଶାରୀରିକ କ୍ଷମତା ହ୍ରାସ,କଫ ବଢିବା, ଚର୍ମ କିମ୍ବା ଓଠ ନୀଳ ପଡିବା ।
ତେବେ ଆସନ୍ତୁ ଜାଣିବା ଫୁସଫୁସକୁ ଶକ୍ତିଶାଳୀ କରିବା ପାଇଁ ଯୋଗ ଆସନ
ଭୁଜଙ୍ଗାସନ:- ଏହା ଛାତିକୁ ବିସ୍ତାର କରେ ଏବଂ ଫୁସଫୁସ କ୍ଷମତାକୁ ବୃଦ୍ଧି କରେ। ଏହି ଯୋଗ ଆସନ ଶ୍ୱାସକ୍ରିୟା ପ୍ରଣାଳୀକୁ ସଫା କରେ।
-ଭୁଜଙ୍ଗସାନା ଯୋଗ କରିବା ପାଇଁ ପ୍ରଥମେ ପେଟମାରି ଶୋଇପଡନ୍ତୁ
-ପାପୁଲିକୁ କାନ୍ଧ ଚଉଡାରେ ଚଟାଣ ଉପରେ ରଖନ୍ତୁ
-ଶରୀରକୁ ଭୂମିରେ ରଖି ଶ୍ୱାସ ନେବା ସହ ଛାତି ଚଟାଣରୁ ଉଠାଇ ଉପରକୁ ଦେଖନ୍ତୁ
-ଶ୍ୱାସ ଛାଡି ଶରୀରକୁ ତଳକୁ ଆଣନ୍ତୁ
ଅନୁଲୋମ-ବିଲୋମ:- ଫୁସଫୁସକୁ ଶକ୍ତିଶାଳୀ କରିବାରେ ଅନୁଲୋମ-ବିଲୋମକୁ ବହୁତ ପ୍ରଭାବଶାଳୀ ବୋଲି ବିବେଚନା କରାଯାଏ। ଏହା ଅମ୍ଳଜାନ ସ୍ତରକୁ ବୃଦ୍ଧି କରେ। ଏହା କରିବା ପାଇଁ ସିଧା ମେରୁଦଣ୍ଡ କରି ଆରାମରେ ବସନ୍ତୁ, ଯେପରିକି ସୁଖାସନ, ପଦ୍ମାସନ, କିମ୍ବା ଚେୟାରରେ । ଆଖି ବନ୍ଦ କରି ଶରୀରକୁ ଆରାମ ଦିଅନ୍ତୁ।
ବାମ ହାତର ପାପୁଲିକୁ ତଳ ମୁହାଁ କରି ବାମ ଗୋଡ଼ର ଆଣ୍ଠୁ ଉପରେ ରଖନ୍ତୁ। ଡାହାଣ ହାତର ବୁଢ଼ା ଆଙ୍ଗୁଳିରେ ଡାହାଣ ନାକକୁ ବନ୍ଦ ରଖନ୍ତୁ । କହୁଣିକୁ ବେଶୀ ଉପରକୁ ଟେକିବେ ନାହିଁ । ଏହାପରେ ବାମ ପାଖ ନାକ ବାଟେ ଦୀର୍ଘ ଶ୍ୱାସ ନିଅନ୍ତୁ ଏବଂ ଡାହାଣ ନାକରେ ନିଶ୍ୱାସ ଛାଡ଼ନ୍ତୁ। ଏହାପରେ ବାମ ପାଖ ନାକରେ ତର୍ଜନୀ ଆଙ୍ଗୁଠି ରଖି ଡାହାଣ ନାକରେ ଦୀର୍ଘ ଶ୍ୱାସ ନିଅନ୍ତୁ ଏବଂ ବାମ ପାଖ ନାକରେ ଶ୍ୱାସ ଛାଡ଼ନ୍ତୁ।
ଆରମ୍ଭରୁ ଏହାକୁ ତିନି ମିନିଟ୍ କରି ପରେ ଏହାକୁ ୧୫ ମିନିଟ୍ ପର୍ଯ୍ୟନ୍ତ ଅଭ୍ୟାସ କରନ୍ତୁ। ପ୍ରାଣାୟାମ କରିବା ସମୟରେ ଆଖିକୁ ବନ୍ଦ ରଖନ୍ତୁ।
Comments are closed.