Latest Odisha News

BREAKING NEWS

ଫିଫା ବିଶ୍ୱକପ: କ୍ୱାର୍ଟରରେ ଆର୍ଜେଂଟିନା, ନେଦରଲାଣ୍ଡ

ଅଲ ରାୟନ: ଆର୍ଜେଂଟିନା ଓ ନେଦରଲାଣ୍ଡସ ଚଳିତ ଫିଫା ବିଶ୍ୱକପର କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛନ୍ତି । ପ୍ରି-କ୍ୱାର୍ଟରରେ ଆର୍ଜେଂଟିନା ୨-୧ ଗୋଲରେ ଅଷ୍ଟ୍ରେଲିଆକୁ ପରାସ୍ତ କରିଥିଲା । ୩୫ତମ ମିନିଟରେ ଷ୍ଟାର ଖେଳାଳି ଲିଓନେଲ ମେସି ଦଳକୁ ୧-୦ରେ ଅଗ୍ରଣୀ କରାଇଥିଲେ । ଦ୍ୱିତୀୟାର୍ଦ୍ଧରେ ଜୁଲିଆନ ଆଲଭାରେଜ ଆଉ ଏକ ଗୋଲ ସ୍କୋର କରିବାକୁ ଦଳ ୨-୦ରେ ଆଗୁଆ ରହିଥିଲା । ତେବେ କ୍ରେଗ ଗୁଡୱିନଙ୍କ ଏକ କିକ ଆର୍ଜେଂଟିନାର ଆଞ୍ଜୋ ଫର୍ଣ୍ଣାଣ୍ଡିଜଙ୍କ ଗୋଡରେ ବାଜି ଆତ୍ମଘାତୀ ଗୋଲ ହୋଇଥିଲା ।

ବିଶ୍ୱକପରେ ସର୍ବାଧିକ ଗୋଲ ସ୍କୋର କରିବାରେ ଡିଏଗୋ ମାରାଡୋନା ଓ କ୍ରିଷ୍ଟିଆନ ରୋନାଲ୍ଡୋଙ୍କ ୮ ଗୋଲକୁ ସେ ଅତିକ୍ରମ କରିଛନ୍ତି । ଅନ୍ୟ ଏକ ମୁକାବିଲାରେ ନେଦରଲାଣ୍ଡ ୩-୧ ଗୋଲରେ ଆମେରିକାକୁ ହରାଇ ଦେଇଛି । ନେଦରଲାଣ୍ଡ ଓ ଆର୍ଜେଂଟିନା ମଧ୍ୟରେ କ୍ୱାର୍ଟର ଫାଇନାଲ ମ୍ୟାଚ ଖେଳାଯିବ ।

Leave A Reply

Your email address will not be published.