Latest Odisha News

BREAKING NEWS

୨୦୪୦ ବେଳକୁ ୧୧.୨ କୋଟି ଲୋକଙ୍କୁ ହୋଇପାରେ ଗ୍ଲୁକୋମା ରୋଗ

ନୂଆଦିଲ୍ଲୀ : ରାତିରେ ନ ଶୋଇ ଦିନରେ ଶୋଇବା ଦ୍ୱାରା ବଢ଼ିପାରେ ମୋତିଆବିନ୍ଦୁ ଆଶଙ୍କା । ଏକ ଆକଳନରୁ ଜଣାପଡ଼ିଛି ଯେ ରାତିରେ  ପର୍ଯ୍ୟାପ୍ତ ନିଦରେ ନ ଶୋଇପାରିବା,  ଦିନରେ ନିଦ ଲାଗିବା ଏବଂ ଘୁଙ୍ଗୁଡି ମାରିବା ଫଳରେ ଆଖି ଉପରେ କୁପ୍ରଭାବ ପଡିଥାଏ। ଫଳରେ କଳା ମୋତିଆବିନ୍ଦୁର ଆଶଙ୍କା ବଢ଼ିଥାଏ  ।

ଗବେଷକଙ୍କ ମତ ଅନୁଯାୟୀ, ନିଦର ସମସ୍ୟା ଯଦି ନିୟମିତ ଲାଗି ରୁହେ ତେବେ ମୋତିଆ ବିନ୍ଦୁ ହେବାର ସମ୍ଭାବନା ରହିଛି  । ଏହି ମୋତିଆବିନ୍ଦୁର ସମସ୍ୟା ଯଦି ସମୟ ମଧ୍ୟରେ ଚିକିତ୍ସା କରାନଯାଏ ତେବେ ଦୃଷ୍ଟିଶକ୍ତି ଚାଲିଯାଇପାରେ ବୋଲି ଗବେଷକ ମତ ପ୍ରକାଶ କରିଛନ୍ତି  । ଏହି ରୋଗକୁ ଗ୍ଲୁକୋମା କୁହାଯାଇଥାଏ। ରାତିରେ ଠିକ୍‌ ଭାବେ ନ ଶୋଇଲେ ଯେକୌଣସି ବୟସର ବ୍ୟକ୍ତିଙ୍କୁ ଗ୍ଲୁକୋମା ରୋଗ ହୋଇପାରେ ବୋଲି ଗବେଷକମାନେ କହିଛନ୍ତି  । ଏହି ରୋଗରେ ଯଦି ଥରେ ଦୃଷ୍ଟିଶକ୍ତି ଚାଲିଯାଏ ତେବେ ଆଉ ଫେରିନଥାଏ। ୨୦୪୦ ମସିହା ପର୍ଯ୍ୟନ୍ତ ବିଶ୍ୱରେ  ୧୧.୨ କୋଟି ଲୋକ ଗ୍ଲୁକୋମାରେ ପୀଡିତ ହୋଇପାରନ୍ତି ବୋଲି ଗବେଷକମାନେ ସୂଚାଇ ଦେଇଛନ୍ତି ।

ତେବେ ସାଧାରଣତଃ ବୟସ୍କ ବ୍ୟକ୍ତି ଏବ ଧୂମପାନ କରୁଥିବା ବ୍ୟକ୍ତିଙ୍କଠାରେ ଏହି ସମସ୍ୟା ଦେଖିବାକୁ ମିଳିଥାଏ । ୨୦୧୦ରୁ ୨୦୨୧  ମସିହା ପର୍ଯ୍ୟନ୍ତ  ହୋଇଥିବା ଏକ ଅଧ୍ୟୟନରେ  ଗ୍ଲୁକୋମାରେ  ୮,୬୯୦ ମାମଲା ଚିହ୍ନଟ  କରାଯାଇଥିଲା ।  ଏହି ଅଧ୍ୟୟନରେ ୪୦ରୁ ୬୯ ବର୍ଷୀୟ  ଲୋକଙ୍କୁ ସାମିଲ କରାଯାଇଥିଲା।

ଏହି ଲୋକମାନଙ୍କୁ  ତାଙ୍କର ନିଜ ଅଭ୍ୟାସ  ସମ୍ପର୍କରେ ତଥ୍ୟ ସଂଗ୍ରହ କରାଯାଇଥିଲା।  ତେବେ ଅଧ୍ୟୟନରୁ ଜଣାପଡ଼ିଥିଲା ଯେ ସୁସ୍ଥ ନିଦରେ ରାତିରେ ଶୋଉଥିବା ଲୋକଙ୍କ ତୁଳନାରେ  ଦିବାନିଦ୍ରା ଏବଂ ଘୁଙ୍ଗୁଡି ମାରୁଥିବା ବ୍ୟକ୍ତିଙ୍କ ନିକଟରେ ଗ୍ଲୁକୋମା  ଆଶଙ୍କା ୧୧ ପ୍ରତିଶତ ଥିଲା ।  ତେବେ  ଉତ୍ତମ ସ୍ୱାସ୍ଥ୍ୟ ପାଇଁ ଭଲ ନିଦ ହେଉଛି ଜୀବନ ଶୈଳୀର ଚାବିକାଠି ।

 

 

Leave A Reply

Your email address will not be published.