Latest Odisha News

BREAKING NEWS

ଜୁନିୟର ହକି ବିଶ୍ୱକପ : ଫାଇନାଲରେ ଆର୍ଜେଂଟିନା

ଭୁବନେଶ୍ୱର: କଳିଙ୍ଗ ଷ୍ଟାଡିୟମରେ ଚାଲିଥିବା ଜୁନିୟର ହକି ବିଶ୍ୱକପ ଫାଇନାଲରେ ଆର୍ଜେଂଟିନା ପ୍ରବେଶ କରିଛି । ପ୍ରଥମ ସେମିଫାଇନାଲରେ ଆର୍ଜେଂଟିନା ୩-୧ (ଶୁଟଆଉଟ)ଗୋଲରେ ଫ୍ରାନ୍ସକୁ ପରାସ୍ତ କରିଛି । ଏଥିସହ ୧୬ ବର୍ଷ ପରେ ଆର୍ଜେଂଟିନା ଫାଇନାଲରେ ପ୍ରବେଶ କରିଛି । ୨୦୦୫ରେ ଚାମ୍ପିୟନ ହୋଇଥିବା ଏହି ଟିମ ଏବେ ପୁନର୍ବାର ଟାଇଟଲ ହାସଲ ଲକ୍ଷ୍ୟରେ ରହିବ । ସଂଘର୍ଷପୂର୍ଣ୍ଣ ଏହି ସେମିଫାଇନାଲରେ ନିର୍ଦ୍ଧାରିତ ସମୟରେ କେହି କାହା ବିପକ୍ଷରେ ଗୋଲ ସ୍କୋର କରିପାରି ନ ଥିଲେ ।

ଫଳାଫଳ ପାଇଁ ପେନାଲ୍ଟି ଶୁଟ ଆଉଟର ସହାୟତା ନିଆଯାଇଥିଲା । ଏଥିରେ ଆର୍ଜେଂଟିନା ୪ଟି ଉଦ୍ୟମରୁ ୩ଟି ଗୋଲ ଦେଇଥିବା ବେଳେ ଫ୍ରାନ୍ସ ଗୋଟିଏ ଗୋଲ ଦେବାକୁ ସକ୍ଷମ ହୋଇଥିଲା । ଆର୍ଜେଂଟିନା ଫାଇନାଲରେ ଭାରତ ଏବଂ ଜର୍ମାନୀ ମଧ୍ୟରେ ଅନୁଷ୍ଠିତ ଦ୍ୱିତୀୟ ସେମିଫାଇନାଲର ବିଜେତାକୁ ଭେଟିବ ।

Leave A Reply

Your email address will not be published.