Latest Odisha News

‘ମ୍ୟାଡମ ମୋତେ କ୍ଷମା କରିଦେବେ, ରକ୍ଷା କରି ପାରିଲି ନାହିଁ’

ମୁମ୍ବାଇ: ବ୍ରିଟେନରୁ ପପୁଲାର ସିଙ୍ଗର ଅରିଜିତ ସିଂଙ୍କ ନିକଟରେ ହୋଇଥିବା କନସର୍ଟର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଏହି ଭିଡିଓରେ ଜଣେ ସୁରକ୍ଷାକର୍ମୀ ମହିଳା ପ୍ରଶଂସକଙ୍କ ବେକକୁ ଧରି ତାଙ୍କୁ ଠେଲି ଦେଉଥିବା ଦେଖିବାକୁ ମିଳିଛି । ଏହା ପରେ ଗାୟକ ଉକ୍ତ ମହିଳା ପ୍ରଶଂସକଙ୍କ ନିକଟରେ କ୍ଷମା ମାଗୁଛନ୍ତି ।

କନସର୍ଟରେ ପ୍ରଶଂସକଙ୍କୁ ସୁରକ୍ଷାକର୍ମୀ ଏଭଳି ଅଟକାଉଥିବା ଦେଖି ଅରିଜିତ ସିଂ ପ୍ରଥମେ କହିଥିଲେ, ‘ମୋର ଦର୍ଶକଙ୍କୁ ଅନୁରୋଧ ଦୟାକରି ନିଜ ନିଜ ସ୍ଥାନରେ ବସି ଯାଆନ୍ତୁ। ଏହା ପରେ ସେ ସୁରକ୍ଷାକର୍ମୀଙ୍କୁ କହିଥିଲେ ଯେ, କୌଣସି ବ୍ୟକ୍ତିଙ୍କୁ ଏଭଳି ଧରିବା ଠିକ ନୁହେଁ । ମ୍ୟାଡମ ଏହି ଘଟଣା ପାଇଁ ମୋତେ କ୍ଷମା କରିଦେବେ । ବାସ୍ତବରେ ମୁଁ ଏହି ଘଟଣା ପାଇଁ ଦୁଃଖିତ । ମୁଁ ଆପଣଙ୍କ ରକ୍ଷା କରି ପାରିଲିନାହିଁ’ ।

ସୋସିଆଲ ମିଡିଆରେ ଏହି ଭିଡିଓ ଭାଇରାଲ ହେବା ପରଠାରୁ ଲୋକମାନେ ସିଙ୍ଗର ଅରିଜିତ ସିଂଙ୍କୁ ଭୁରିଭୁରି ପ୍ରଶଂସା କରିବାରେ ଲାଗିଛନ୍ତି ।

ତେବେ ଅରିଜିତ ପ୍ରାୟ ୧୨ ବର୍ଷ ଧରି ବଲିଉଡରେ କାମ କରୁଛନ୍ତି । ଭାଇରାଲ୍ ଭିଡିଓରେ ସେ ଯେଉଁ ଗୀତ (ଫିର ମୋହବତ୍) ଗାଉଥିବାର ଦେଖାଯାଉଛି, ତାହା ହେଉଛି ତାଙ୍କର ବଲିଉଡର ଡେବ୍ୟୁ ଗୀତ । ଏହା ମାଧ୍ୟମରେ ସେ ଚଳଚ୍ଚିତ୍ର ଜଗତରେ ପ୍ରବେଶ କରିଥିଲେ ।

Leave A Reply

Your email address will not be published.