Latest Odisha News

ଫିଲ୍ମ ପାଇଁ ଆଉ ଗୀତ ଗାଇବେନି ଅରଜିତ ସିଂ

ମୁମ୍ବାଇ: ଭାରତୀୟ ସଙ୍ଗୀତ ଦୁନିଆର ଲୋକପ୍ରିୟ ଗାୟକ ଅରଜିତ ସିଂଙ୍କ ଏକ ନିଷ୍ପତି ପ୍ରଶଂସକଙ୍କୁ ନିରାଶ କରିଛି । ସଙ୍ଗୀତ ମାଧ୍ୟମରେ ପ୍ରଶଂସକଙ୍କ ମନରେ ଘର କରିଥିବା ଅରଜିତ ଆଗକୁ ଆଉ ଫିଲ୍ମରେ ଗୀତ ଗାଇବେନି ବୋଲି ଘୋଷଣା କରିଛନ୍ତି । ସେ ତାଙ୍କ ଏକ୍ସ ଆକାଂଉଟରେ ଏହା ଘୋଷଣା କରିବା ପରେ ଖୁବ ସମୟ ମଧ୍ୟରେ ଏହି ପୋଷ୍ଟ ଭାଇରାଲ ହୋଇ ଯାଇଥିଲା । ଆଗକୁ ମୁଁ ଆଉ କୌଣସି ନୂଆ ଫିଲ୍ମ ପାଇଁ ଗୀତ ଗାଇବି ନାହିଁ । ତେବେ ସଙ୍ଗୀତ ଦୁନିଆ ସହ ମୁଁ ଜଡିତ ରହିବି ବୋଲି କହିଛନ୍ତି । ନୂଆ ବର୍ଷ ଅବସରରେ ଅରଜିତଙ୍କ ଏହି ଘୋଷଣା ପ୍ରଶଂସକଙ୍କୁ ନିରାଶ ଏବଂ ଆଶ୍ଚର୍ଯ୍ୟଚକିତ କରିଛି ।

ମୁଁ ଜଣେ ଛୋଟ କଳାକାର । ଏଥର ସଙ୍ଗୀତକୁ ଆହୁରି ନିକଟରୁ ଶିକ୍ଷା ଲାଭ କରିବା ପାଇଁ ଚେଷ୍ଟା କରିବ । ଜଣେ ସ୍ୱତନ୍ତ୍ର ସଙ୍ଗୀତ ଏବଂ ନିଜର ପ୍ରୋଜେକ୍ଟ ଉପରେ କାର୍ଯ୍ୟ ଜାରୀ ରଖିବି । ପୂର୍ବରୁ ମୋ ନିକଟରେ କେତେଗୁଡିଏ ଫିଲ୍ମର ଅଫର ରହିଛି । ସେଗୁଡିକର କାର୍ଯ୍ୟ ଶେଷ କରିବା ପରେ ମୁଁ ସମ୍ପୂର୍ଣ୍ଣ ଭାବେ ସ୍ୱତନ୍ତ୍ର ହୋଇଯିବି ବୋଲି ଅରଜିତ କହିଛନ୍ତି । ଫିଲ୍ମରେ ଗୀତ ଗାଇ ଚର୍ଚ୍ଚିତ ହେବା ପରେ ଅରଜିତ ଷ୍ଟେଜ ଶୋ ମାଧ୍ୟମରେ ଦର୍ଶକଙ୍କ ଆହୁରି ନିକଟତର ହୋଇପାରିଥିଲେ ।

Leave A Reply

Your email address will not be published.