Latest Odisha News

ବଲିଉଡ଼ରେ କରୋନା: ଅର୍ଜୁନ କପୁର କରୋନା ପଜିଟିଭ, ମଲାଇକାଙ୍କ ହେବ ଟେଷ୍ଟ

ମୁମ୍ବାଇ: ବଲିଉଡ଼କୁ ଫେରିଛି କରୋନା ସଂକ୍ରମଣ । ଅର୍ଜୁନ କପୁର ଓ ତାଙ୍କ ଭଉଣୀ ଅଂଶୁଲା କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ରିପୋର୍ଟ ପଜିଟିଭ ଆସିବା ପରେ ଦୁଇଜଣ କ୍ୱାରେଣ୍ଟାଇନରେ ରହିଛନ୍ତି । ମଲାଇକା ଅରୋରାଙ୍କ ମଧ୍ୟ ପୁଣି କରୋନା ଟେଷ୍ଟ କରାଯିବ ବୋଲି ଜଣାପଡ଼ିଛି । ତାଙ୍କ ସମ୍ପର୍କରେ ଆସିଥିବା ସମସ୍ତ ବ୍ୟକ୍ତି କରୋନା ଟେଷ୍ଟ କରିବା ପାଇଁଁ ଉଭୟ ଅପିଲ କରିଛନ୍ତି ।

ନିକଟରେ ଅର୍ଜୁନ କପୁର ତାଙ୍କ ଗର୍ଲଫ୍ରେଣ୍ଡ ମଲାଇକା ଅରୋରା ଘରେ ଆୟୋଜିତ ଖ୍ରୀଷ୍ଟମାସ ପାର୍ଟି ମନେଇବାକୁ ଯାଇଥିଲେ । ଏହି ପାର୍ଟିରେ ମଲାଇକାଙ୍କ ଭଉଣୀ ଅମୃତ ଅରୋରା ମଧ୍ୟ ସାମିଲ ଥିଲେ । ମଲାଇକାଙ୍କ ବ୍ୟତୀତ କରୀଶ୍ମା କପୁରଙ୍କ ଘରେ ମଧ୍ୟ ଖ୍ରୀଷ୍ଟମାସ ପାର୍ଟିର ଆୟୋଜନ ହୋଇଥିଲା । ପାର୍ଟିରେ ଅର୍ଜୁନ ଓ ମଲାଇକା ନଜର ଆସିଥିଲେ । ଏଥିରେ କରିନା କପୁର ନିଜ ପରିବାର ସହ ପହଞ୍ଚିଥିଲେ । କରୀନା ଓ ଅମୃତା ଖ୍ରୀଷ୍ଟମାସ ପାର୍ଟିର କିଛି ଦିନ ପୂର୍ବରୁ ହିଁ କରୋନାରୁ ସୁସ୍ଥ ହୋଇଥିଲେ । ଏଥିରୁ ହିଁ ଅର୍ଜୁନ କପୁର କରୋନା ସଂକ୍ରମିତ ହୋଇଥିବା ସମ୍ଭାବନା ହୋଇଛି ।

ଏପଟେ ରିଆ କପୁର ଓ କରଣ ବୁଲାନି ମଧ୍ୟ କରୋନାରେ ଆକ୍ରାନ୍ତ ହୋଇଛନ୍ତି । ଅର୍ଜୁନ କପୁର ପୂର୍ବରୁ ମଧ୍ୟ କରୋନାରେ ଆକ୍ରାନ୍ତ ହୋଇଥିଲେ । ତେବେ ଏମାନେ ଓମିକ୍ରନରେ ଆକ୍ରାନ୍ତ ହୋଇଛନ୍ତି କି ନାହିଁ ତାହା ଜାଣିବା ପାଇଁ ସମସ୍ତଙ୍କ ଜିନୋମ ସିକ୍ୱେନ୍ସିଂ ପାଇଁ ପଠାଯାଇଛି ।

Comments are closed.