Latest Odisha News

BREAKING NEWS

ହିତାଧିକାରୀଙ୍କୁ ବାର୍ଦ୍ଧକ୍ୟ ଭତ୍ତା ମିଳୁନଥିବା ଅଭିଯୋଗ , ଶୁଣୁ ନାହାନ୍ତି ଅଧିକାରୀ

ନୂଆପଡା : ସରକାର ଗରିବ ମାନଙ୍କର ସହାୟତା ପାଇଁ ଯୋଜନା ପରେ ଯୋଜନା କରୁଛନ୍ତି । ହେଲେ ହିତାଧିକାରୀଙ୍କ ପାଖରେ ପହଁଞ୍ଚିବା ବେଳକୁ ତାହା ବାଟବଣା ହେଉଛି । ଆମେ କହୁଛୁ ନୂଆପଡା ଜିଲ୍ଲା ଖଡିଆଳ ବ୍ଲକ ବରଙ୍ଗା ପଞ୍ଚାୟତ କଥା । ଏଠାରେ ହିତାଧିକାରୀ ପାଉଥିବା ବାର୍ଦ୍ଦକ୍ୟ ଭତ୍ତା ଓ ଭିନ୍ନକ୍ଷମ ଭତ୍ତା ବାଣ୍ଟୁଛନ୍ତି ପଞ୍ଚାୟତର ପିଅନ ।

ଫଳରେ ହିତାଧିକାରୀମାନେ ମାସ ମାସ ଧରି ବାର୍ଦ୍ଦକ୍ୟ ଭତ୍ତା ଅର୍ଥ ରାଶୀ ପାଉନାହାଁନ୍ତି ବୋଲି ଅଭିଯୋଗ ଆଣିଛନ୍ତି ।ପଞ୍ଚାୟତ ପାଇଁ କାର୍ୟ୍ୟ ନିର୍ବାହି ଅଧିକାରୀ ଓ ଜିଆରଏସ୍ ନିଯୁକ୍ତି ହେଇଛନ୍ତି ସତ ।ହେଲେ ସରକାରୀ ବାବୁ ମାନଙ୍କ କାର୍ୟ୍ୟ ଅବହେଳା ସହ ଆଶାଳିନ ବ୍ୟବହାରରେ ଲୋକେ ଅତିଷ୍ଟ ହୋଇପିଡଲେଣି । ଅନ୍ୟପଟେ ଲୋକମାନେ ସରକାରୀ ଯୋଜନା ପାଇବାରୁ ବଞ୍ଚିତ ହେଉଥିବା ସଙ୍ଗୀନ ଅଭିଯୋଗ ଆଣିଛନ୍ତି ।

ଗିରବ ଲୋକମାଙ୍କୁ ସରକାରୀ ସ୍ତରରେ ସହାୟତା ଦେବା ପାଇଁ ସରକାରୀ କର୍ମଚାରୀ ନିଯୁକ୍ତି ହୋଇଛନ୍ତି ।ହେଲେ ଖଡିଆଳ ବ୍ଲକରେ ତାହାଲ ଓଲଟା ରୂପ ଦେଖିବାକୁ ମିଳିଛି । ଲୋକମାନେ କହୁଛନ୍ତି କୁଆଡେ ଖଡିଆଳ ବରଗାଁ ଗ୍ରାମ ପଞ୍ଚାୟତର କାର୍ୟ୍ୟନିର୍ବାହି ଅଧିକାରୀ ବରଗାଁ ପଞ୍ଚାୟତକୁ ଠିକ୍ ଭାବେ ଆସୁନାହାନ୍ତି ।ସେପଟେ ଜିଆରଏସ୍ କାଁ ଭାଁ ପଞ୍ଚାୟତକୁ ଆସୁଛନ୍ତି ।

ଫଳରେ ଅନେକ ଜନ ହିତ କର କାର୍ୟ୍ୟରେ ବାଧା ସୃଷ୍ଟି ହୋଇଛି । ସେପଟେ ସରପଞ୍ଚଙ୍କ କଥାକୁ ମଧ୍ୟ କେହି ସରକାରୀ କର୍ମଚାରୀ ଖାତିର କରୁନାହାଁନ୍ତି । ବାର୍ଦ୍ଧକ୍ୟ ଭତ୍ତା ବଣ୍ଟନରେ ଅନିୟମିତତା ହେଉଛି ବୋଲି ହିତାଧିକାରୀ ଅଭିଯୋଗ ଆଣିଛନ୍ତି ।ପୂର୍ବରୁ ହିତାଧିକାରୀଙ୍କୁ ଅଫ୍ ଲାଇନ ପେମେଣ୍ଟ ହେଉଥିଲା ।ବର୍ତ୍ତମାନ ହିତାଧିକାରୀଙ୍କ ଖାତାକୁ ଟଙ୍କା ଯାଉଛି । ହେଲେ ପ୍ରାୟ ହିତାଧିକାରୀଙ୍କ ପାଖକୁ ୭ଶହ ଜାଗାରେ ୫ଶହ ଟଙ୍କା ଆସୁଥିବା ଅଭିଯୋଗ ହୋଇଛି ।

ଅନେକ ହିତାଧିକାରୀଙ୍କୁ ଚାରି ପାଞ୍ଚ ମାସର ବାର୍ଦ୍ଧକ୍ୟ ଭତ୍ତା ଟଙ୍କା ମିଳିନାହିଁ । ଏ ସମ୍ପର୍କରେ ଆମେ ବିଡିଓଙ୍କ ଜଣାଇବାରୁ ସେ କ୍ୟାମେରା ସାମ୍ନାରେ କିଛି କହିବାକୁ ମନାକରିଦେଇଛନ୍ତି । ଏ ବାବଦରେ ଅବଗତ ଅଛୁ ସମସ୍ୟାର ସମାଧାନ ହେବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ।  ସରକାର ମାଳ ମାଳ ଯୋଜାନା କରୁଛନ୍ତିା ହେଲେ ନୂଆପଡା ଖଡିଆଳ ବ୍ଲକ ଗରିବ ହିତାଧୀକାରୀ ମାନେ ଏସବୁ ପାଇବାରୁ ବଞ୍ଚିତ ହେଉଛନ୍ତି ।ସରକାର ଏ ଦିଗରେ କେବେ ଧ୍ୟାନ ଦେବେ ସେନେଇ ଅପେକ୍ଷାରେ ହିତାଧିକାରୀ।

Leave A Reply

Your email address will not be published.