ମୁମ୍ବାଇ: ବି-ଟାଉନରେ ସର୍ବଦା ଚର୍ଚ୍ଚାର ପରିସର ମଧ୍ୟରେ ରହୁଥିବା ଅଭିନେତ୍ରୀ ମଲାଇକା ଆରୋରାଙ୍କର ଆଜି ହେଉଛି ଜନ୍ମଦିନ । ଏହି ଅବସରରେ ବଲିଉଡ ଜଗତର ନାମିଦାମୀ କଳାକାରଙ୍କ ଶୁଭେଚ୍ଛାର ସୁଅ ତାଙ୍କ ପାଖକୁ ଛୁଟୁଛି । ମଲାଇକାଙ୍କ ପାଇଁ ଆସିଥିବା ସବୁ ଶୁଭେଚ୍ଛା ବାର୍ତ୍ତା ମଧ୍ୟରେ ଜଣଙ୍କ ବାର୍ତ୍ତା ପାଇଁ ପୁଣି ଚର୍ଚ୍ଚାର ପରିସର ମଧ୍ୟକୁ ଟାଣି ହୋଇ ଆସିଛନ୍ତି ସେ ।
ମଲାଇକାଙ୍କୁ ଏହି ବାର୍ତ୍ତାଟି ପଠାଇଛନ୍ତି ତାଙ୍କର ଖାସ ବନ୍ଧୁ ଅର୍ଜୁନ କପୁର । ଅର୍ଜୁନ ମଲାଇକାଙ୍କ ସହ ଏକ କ୍ଲୋଜ ଫଟୋ ନିଜ ଇନଷ୍ଟାଗ୍ରାମରେ ସେୟାର କରି ତାଙ୍କୁ ଜନ୍ମଦିନର ଶୁଭେଚ୍ଛା ଦେଇଛନ୍ତି । ଅର୍ଜୁନ ତାଙ୍କର ଏହି ପୋଷ୍ଟରେ ବିଶେଷ କିଛି ଲେଖିନଥିବା ବେଳେ ଫଟୋଟି କିନ୍ତୁ ଅନେକ କିଛି କହି ଦେଉଛି ।
ଅର୍ଜୁନ କପୁରଙ୍କ ଜନ୍ମଦିନରେ ମଧ୍ୟ ମଲାଇକା ଅର୍ଜୁନଙ୍କର ଏକ ଫଟୋ ସେୟାର କରିଥିଲେ । ଯେଉଁଥିରେ ଉଭୟ ନଜର ଆସିଥିଲେ ।
View this post on Instagram
Happy bday my crazy,insanely funny n amazing @arjunkapoor … love n happiness always
ନିଜଠାରୁ ଯଥେଷ୍ଟ କମ୍ ବୟସର ଏକ ପୁଅକୁ ଡେଟ୍ କରୁଥିଲେ ମଧ୍ୟ ସୋସିଆଲ ମିଡିଆରେ ଏହାକୁ ଗ୍ରହଣ କରିବାକୁ କେବେ ପଛଘୁଞ୍ଚା ବି ଦେଇନାହଁନ୍ତି ମଲାଇକା। କନ୍ତୁ ଏଥିପାଇଁ ସେ ଅନେକ ସମାଲୋଚନାର ଶିକାର ହୋଇଛନ୍ତି।
Comments are closed.