Latest Odisha News

BREAKING NEWS

ଅର୍ଜୁନ ରାମପାଲ ଏବଂ ନୀଲ୍‌ ନିତିନ ମୁକେଶ କରୋନା ପଜିଟିଭ

ନୂଆଦିଲ୍ଲୀ: ବଲିଉଡ୍‌ ଅଭିନେତା ଅର୍ଜୁନ ରାମପାଲ କରୋନା ସଂକ୍ରମିତ ହୋଇଛନ୍ତି। ସେ ନିଜେ ତାଙ୍କ ସୋସିଆଲ ମିଡିଆ ହ୍ୟାଣ୍ଡେଲରେ ଏହି ସୂଚନା ପ୍ରଦାନ କରିଛନ୍ତି। ଅର୍ଜୁନ ବର୍ତ୍ତମାନ କ୍ବାରେଣ୍ଟାଇନ୍‌ରେ ଅଛନ୍ତି। ଏହାସହ  ସେ ଆବଶ୍ୟକୀୟ ପ୍ରୋଟୋକଲଗୁଡିକ ମଧ୍ୟ ଅନୁସରଣ କରୁଛନ୍ତି।

ଏହାସହ ଗତ ୧୦ ଦିନ ମଧ୍ୟରେ ତାଙ୍କ ସଂସ୍ପର୍ଶରେ ଆସିଥିବା ଲୋକଙ୍କୁ ମଧ୍ୟ ସେ କରୋନା ପରୀକ୍ଷା କରାଇବାକୁ କହିଛନ୍ତି।

ଅଭିନେତା ଅର୍ଜୁନ ରାମପାଲଙ୍କ  ପରେ ନୀଲ ନିତିନ ମୁକେଶ ଏବଂ ତାଙ୍କ ସମସ୍ତ ପରିବାର ସଦସ୍ୟ ମଧ୍ୟ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏ ନେଇ ନୀଲ୍‌ ସୋସିଆଲ ମିଡିଆରେ ପ୍ରଶଂସକଙ୍କୁ ସୂଚନା ଦେଇଛନ୍ତି।ତାଙ୍କ ସମସ୍ତ ପରିବାର ସଦସ୍ୟ ସଙ୍ଗରୋଧରେ କହିଛନ୍ତି ନୀଲ୍‌।

Leave A Reply

Your email address will not be published.