Latest Odisha News

ଓଡ଼ିଶା ପାଇଁ ୧୦ ଜିଲ୍ଲା ଟେନସନ୍: ଦିନକରେ ବାହାରିଛନ୍ତି ୭୨% କରୋନା ଆକ୍ରାନ୍ତ

ଭୁବନେଶ୍ୱର: ରାଜ୍ୟରେ ଚାରି ହଜାର ମୁହାଁ ହେଲାଣି ଦୈନିକ ସଂକ୍ରମଣ । ଏବେ ପ୍ରତିଦିନି ୩ହଜାର ଉପରେ ରହୁଛି ପଜିଟିଭ୍ କେସ୍ । ଦୈନିକ ସଂକ୍ରମଣରେ ୧୦ଟି ଜିଲ୍ଲା ରାଜ୍ୟର ଚିନ୍ତା ବଢ଼ାଇଛି । ଆଜି ଏହି ୧୦ ଜିଲ୍ଲାରୁ ବାହାରିଛନ୍ତି କେବଳ ୬୭ ପ୍ରତିଶତ ନୂଆ ଆକ୍ରାନ୍ତ । ଛତିଶଗଡ଼ରେ କରୋନା ବ୍ୟାପୁଥିବା ବେଳେ ସୀମାନ୍ତବର୍ତ୍ତୀ ଜିଲ୍ଲାରେ ବଢୁଛି ସଂକ୍ରମିତଙ୍କ ସଂଖ୍ୟା । ଏପଟେ ଖୋର୍ଦ୍ଧା, କଟକ, ପୁରୀ ସମେତ ପଶ୍ଚିମବଙ୍ଗ ଓ ଝାଡ଼ଖଣ୍ଡ ସୀମାନ୍ତ ଜିଲ୍ଲାରେ କରୋନା କାୟା ଚିନ୍ତା ବଢ଼ାଇଲାଣି ।
୧୦ ଜିଲ୍ଲାରୁ ୭% ନୂଆ ଆକ୍ରାନ୍ତ
ଗତ ୨୪ ଘଣ୍ଟାରେ ରାଜ୍ୟରୁ ୩ହଜାର ୬୬୪ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥିରୁ କେବଳ ୧୦ଟି ଜିଲ୍ଲାରେ ସଂକ୍ରମିତଙ୍କ ସଂଖ୍ୟା ରହିଛି ୨୬ଶହ ୪୧ । ଅର୍ଥାତ୍ ଦିନକରେ ଯେତିକି ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ତାର ୭୨% କେବଳ ୧୦ଟି ଜିଲ୍ଲାରୁ ବାହାରିଛନ୍ତି । ଏହି ଜିଲ୍ଲାଗୁଡ଼ିକ ହେଲା ଖୋର୍ଦ୍ଧା, ସୁନ୍ଦରଗଡ଼, କଳାହାଣ୍ଡି, ନୂଆପଡ଼ା, ବରଗଡ଼, ଝାରସୁଗୁଡ଼ା, ସମ୍ୱଲପୁର, କଟକ, ମୟୂରଭଞ୍ଜ ଓ ପୁରୀ ।

ଗତକାଲି ଏହି ୧୦ ଜିଲ୍ଲାରୁ ଚିହ୍ନଟ ହୋଇଥିଲେ ୨ହଜାର ୨୨୯ ସଂକ୍ରମିତ । ଯାହାକି ଗତକାଲି ଚିହ୍ନଟ ପଜିଟିଭ୍ କେସର ୭୦ ପ୍ରତିଶତ ଥିଲା । ସେହପରି ଏହି ଜିଲ୍ଲାଗୁଡ଼ିକରେ ୧୪ହଜାର ୮୬୦ଟି କରୋନା ଆକ୍ଟିଭ୍ କେସ୍ ରହିଛି । ଯାହାକି ରାଜ୍ୟର ଆକ୍ଟିଭ୍ କେସର ୬୯ ପ୍ରତିଶତ । ରାଜ୍ୟରେ ଏବେ ୨୧ହଜାର ୪୩୬ଟି ସକ୍ରିୟ ମାମଲା ରହିଛି ।

ଛତିଶଗଡ଼ ସୀମାନ୍ତ ଜିଲ୍ଲାରୁ ଦିନକରେ ୧୪୦୨ ପଜିଟିଭ୍ 
ଛତିଶଗଡ଼ ସୀମାନ୍ତ ୮ ଜିଲ୍ଲାରେ ସ୍ଥିତି ସଙ୍ଗୀନ ହେଉଛି । ସେସବୁ ଜିଲ୍ଲାରେ ଉପରମୁହାଁ ହେଉଛି କରୋନା କେସ । ଆଜି ଛତିଶଗଡ଼ ସୀମାନ୍ତ ଜିଲ୍ଲାରୁ ଚିହ୍ନଟ ହୋଇଛନ୍ତି ୧୪ଶହ ୨ ନୂଆ ଆକ୍ରାନ୍ତ । ଯାହାକି ୨୪ ଘଣ୍ଟାରେ ଚିହ୍ନଟ ସଂକ୍ରମିତଙ୍କ ୩୮ ପ୍ରତିଶତ ।

Leave A Reply

Your email address will not be published.