ରାଂଚୀ: ଅର୍ଜୁନ ତେନ୍ଦୁଲକର ଚଳିତ ସୟେଦ ମୁସ୍ତାକ ଅଲୀ ଟି୨୦ କ୍ରିକେଟ ଟୁର୍ଣ୍ଣାମେଂଟରେ କମାଲ କରିଛନ୍ତି । ଗୋଆ ପକ୍ଷରୁ ଖେଳୁଥିବା ଅର୍ଜୁନ ଆନ୍ଧ୍ରପ୍ରଦେଶ ବିପକ୍ଷରେ ୪ଟି ବଲରେ ୩ଟି ୱିକେଟ ଅକ୍ତିଆର କରି ସମସ୍ତଙ୍କୁ ପ୍ରଭାବିତ କରିଛନ୍ତି । ସୂଚନାଯୋଗ୍ୟ, ଅର୍ଜୁନ ମାଷ୍ଟର ବ୍ଲାଷ୍ଟର ଭାବେ ପରିଚିତ ଭାରତୀୟ କ୍ରିକେଟ ମହାନ ଖେଳାଳି ସଚିନ ତେନ୍ଦୁଲକଙ୍କ ପୁତ୍ର । ୩୩ ରନର ଲକ୍ଷ୍ୟକୁ ପିଛା କରି ଆନ୍ଧ୍ର ଟିମ ଏକଦା ୧୯୧ ରନରେ ୪ଟି ୱିକେଟ ହରାଇ ଭଲ ସ୍ଥିତିରେ ଥିଲା । ୧୭ତମ ଓଭରର ଶେଷ ବଲରେ ଅର୍ଜୁନ ଫର୍ମରେ ଥିବା ରିକି ଭୂଇଙ୍କୁ ଆଉଟ କରିଥିଲେ । ୧୮ ତମ ଓଭରରେ ଲକ୍ଷ୍ୟ ଗର୍ଗ ୩ଟି ଏବଂ ୧୯ତମ ଓଭରରେ ବାକି ୨ଟି ୱିକେଟ ନେଇ ଅର୍ଜୁନ ଦଳକୁ ବିଜୟୀ କରାଇଥିଲେ ।
ଅର୍ଜୁନ ୩.୩ ଓଭରରେ ୪୬ ରନ ଦେଇଥିଲେ ମଧ୍ୟ ୩ଟି ୱିକେଟ ନେଇ ଦଳକୁ ବିଜୟୀ କରାଇଥିଲେ । ଗୋଆ ପ୍ରଥମେ ବ୍ୟାଟିଂ କରି ଦର୍ଶନ ମିତଲଙ୍କ ୬୧ ଓ ତୁନିଶ ସାୱରକରଙ୍କ ୩୪ ରନ ସହାୟତାରେ ୨୩୨ ରନ କରିଥିଲା । ବ୍ୟାଟ୍ସମ୍ୟାନଙ୍କୁ ସୁହାଉଥିବା ଏହି ପିଚରେ ଓଭରାଲ ୪୩୩ ରନ ସଂଗୃହୀତ ହୋଇଥିଲା ।
Comments are closed.