Latest Odisha News

BREAKING NEWS

ନୂଆଖାଇ ଭେଟଘାଟ ଆଳରେ କେନ୍ଦୁପତ୍ର ତୋଳାଳୀଙ୍କ ରଣ ହୁଙ୍କାର : ଦାବି ପୂରଣ ନହେଲେ ଜୋରଦାର ହେବ ସଂଗ୍ରାମ

ନୂଆପଡା: ନୂଆଖାଇ ଭେଟଘାଟ ଆଳ ରେ କେନ୍ଦୁପତ୍ର ତୋଳାଳୀ ଙ୍କ ରଣ ହୁଙ୍କାର । ଦାବୀ ପୂରଣ ନହେଲେ ଆଗାମୀ ଦିନରେ ଆନ୍ଦୋଳନ ର ଚେତାବନୀ ଦେଲା ଓଡିଶା କେନ୍ଦୁପତ୍ର ତୋଳାଳୀ ମହାସଂଘ ର ଖଡ଼ିଆଳ ଡିଭିଜନ । ଆଜି  ଓଡିଶା କେନ୍ଦୁପତ୍ର କର୍ମଚାରୀ ସଂଘ ଖରିଆର ଡିଭିଜନ ଶାଖା ତରଫରୁ ସଂଘ ର ରାଜ୍ୟ ସମ୍ପାଦକ ଶ୍ରୀ ଯଦୁମଣି ପାଣିଗ୍ରାହୀଙ୍କ ନେତୃତ୍ୱରେ ନୂଆପଡା ପୋଲିସ ପଡିଆ ଠାରେ  ନୂଆଖାଇ ଭେଟଘାଟ ଅନୁଷ୍ଠିତ ହୋଇଯାଇଛି  ।

ପ୍ରାୟ ୧୫ ଶହରୁ ଉର୍ଦ୍ଧ୍ବ କେନ୍ଦୁ ପତ୍ର ତୋଳାଳୀ ଓ ସିଜିନାଲ ଷ୍ଟାଫଙ୍କ  ଗ୍ରହଣରେ ଏହି  କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି ।  କଳାହାଣ୍ଡି ସାଂସଦ ବସନ୍ତ ପଣ୍ଡା ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ । ପଦ୍ମପୁରର ପୂର୍ବତନ ବିଧାୟକ ତଥା ପଦ୍ମପୁର ସଂଘ ର ଡିଭିଜନ ସମ୍ପାଦକ ଶ୍ରୀ ପ୍ରଦୀପ ପୁରୋହିତ ମୁଖବକ୍ତା ଭାବରେ ଯୋଗଦେଇ  କେନ୍ଦୁପତ୍ର ତୋଳାଳୀ, ସିଜିନାଲ ଷ୍ଟାଫ ଓ ଅନ୍ୟାନ୍ୟ ଶ୍ରମିକ ମାନଙ୍କୁ ନୂଆଖାଇ ଜୁହାର ଜ୍ଞାପନ କରିବା ସହିତ ରାଜ୍ୟ ସରକାରଙ୍କ ଅନ୍ୟାୟ ଓ ଶୋଷଣ ବିରୁଦ୍ଧରେ ତଥା ନିଜ ହକ ପାଇଁ ଏକଜୁଟ ହୋଇ ଲଢ଼ିବା ପାଇଁ ଆହ୍ୱାନ କରିଥିଲେ ।

କେନ୍ଦୁପତ୍ର ଏକ ସରକାରୀ ସଂସ୍ଥା ହେଲେ ମଧ୍ୟ ଦୀର୍ଘ ୨୪ ବର୍ଷ ଧରି ଶାସନରେ ଥିବା ବିଜେଡି ସରକାର  କେନ୍ଦୁ ପତ୍ର ତୋଳାଳୀଙ୍କୁ କେବଳ ଏକ  ଭୋଟ ବ୍ୟାଙ୍କ  ଭଳି ବ୍ୟବହାର କରିଛି ।  ଅଥଚ ତାଙ୍କ ହକ ଅଧିକାର ପ୍ରାପ୍ୟ ପ୍ରଦାନ ବେଳକୁ ସେମାନଙ୍କୁ କେବଳ ଶୋଷଣ ଓ ପ୍ରତାରଣା କରିଛି । ମିଥ୍ୟା ପ୍ରତିଶୃତି ଦେଇ ଠକି ଚାଲିଛି  । ଏହାର ବିରୁଦ୍ଧରେ ସଂଗଠିତ ହୋଇ ଜୋରଦାର ସଂଗ୍ରାମ ଜାରି ରଖିବାକୁ ପଡିବ । ସରକାର କୁ ବଦଳାଇବାକୁ ପଡିବ ବୋଲି ମୁଖ୍ୟବକ୍ତା ଶ୍ରୀ ପୁରୋହିତ ଓ ଆୟୋଜକ ଶ୍ରୀ ପାଣିଗ୍ରାହୀ ତାଙ୍କ ବକ୍ତବ୍ୟରେ ଉଲ୍ଲେଖ କରିଥିଲେ।

Leave A Reply

Your email address will not be published.