Latest Odisha News

BREAKING NEWS

ଅର୍ଜୁନ ତେନ୍ଦୁଲକରଙ୍କୁ କାମୁଡିଲା କୁକୁର

ମୁମ୍ବାଇ: ଆଇପିଏଲ ୨୦୨୩ ଅବସରରେ ସଚିନ ତେନ୍ଦୁଲକରଙ୍କ ପୁତ୍ର ଅର୍ଜୁନ ତେନ୍ଦୁଲକରଙ୍କୁ କୁକୁର କାମୁଡି ଦେଇଛି । ଅର୍ଜୁନ ଏ ସମ୍ପର୍କରେ ନିଜେ ସୂଚନା ଦେଇଛନ୍ତି । ବୋଲିଂ ଆର୍ମରେ କୁକୁର କାମୁଡିଥିବାରୁ ତାଙ୍କୁ ବିଶ୍ରାମ କରିବା ପାଇଁ ପରାମର୍ଶ ଦିଆଯାଇଛି । ସେଥିପାଇଁ ମଙ୍ଗଳବାର ଲକ୍ଷ୍ନୌ ସୁପର ଜ୍ୟାଂଟସ ବିପକ୍ଷ ମ୍ୟାଚରେ ତାଙ୍କୁ ଚୂଡାନ୍ତ ଏକାଦଶରେ ସୁଯୋଗ ମିଳି ନାହିଁ । ଅର୍ଜୁନ ସାଥୀ ଖେଳାଳି ଯୁଦ୍ଧବୀର ଚରକ ଓ ମୋହସିନ ଖାଁଙ୍କ ସହ ଆଲୋଚନା ବେଳେ ଏହି ଖବର ସମ୍ମୁଖକୁ ଆସିଥିଲା । ୨୫ ଏପ୍ରିଲ ପରଠାରୁ ଅର୍ଜୁନ ଆଉ କୌଣସି ମ୍ୟାଚ ଖେଳି ନାହାନ୍ତି ।

ସେ ଚଳିତ ଆଇପିଏଲରେ ପଦାର୍ପଣ କରିଥିଲେ । ସେ ୪ଟି ମ୍ୟାଚରେ ୩ଟି ୱିକେଟ ଅକ୍ତିଆର କରିଛନ୍ତି । ମୁମ୍ବାଇ ଇଣ୍ଡିଆନ୍ସ ୧୨ ମ୍ୟାଚରୁ ୧୪ ପଂଏଟ ହାସଲ କରିଛି । ଲକ୍ଷ୍ନୌକୁ ହରାଇ ଦଳ ପ୍ଲେ ଅଫ ପ୍ରବେଶ ଆଶା ଉଜ୍ଜୀବୀତ ହୋଇଯିବ ମୁମ୍ବାଇ ଶେଷ ଲିଗରେ ଖରାପ ଫର୍ମରେ ଥିବା ସନରାଇଜର୍ସ ହାଇଦ୍ରାବାଦକୁ ଭେଟିବ ।

Leave A Reply

Your email address will not be published.