Latest Odisha News

BREAKING NEWS

ୟୁପିଏସ୍‌ସି ସଦସ୍ୟ ନିଯୁକ୍ତ ହେଲେ ଓଡ଼ିଆ ଆଇଏଏସ୍‌ ଅଫିସର ବିଦ୍ୟୁତ ବିହାରୀ ସ୍ୱାଇଁ

ନୂଆଦିଲ୍ଲୀ: ୟୁନିଅନ ପବ୍ଲିକ ସର୍ଭିସ କମିଶନ(ୟୁପିଏସସି)ର ନୂଆ ସଦସ୍ୟ ନିଯୁକ୍ତ ହେଲେ ଗୁଜରାଟ କ୍ୟାଡର ଓଡ଼ିଆ ଆଇଏଏସ୍ ଅଫିସର ବିଦ୍ୟୁତ୍ ବିହାରୀ ସ୍ୱାଇଁ। ମଙ୍ଗଳବାର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ତାଙ୍କୁ ଏହି ଗୁରୁତ୍ୱପୂର୍ଣ ପଦବିରେ ନିଯୁକ୍ତି ଦେଇଛନ୍ତି।

ସୂଚନା ଥାଉକି ବିଦ୍ୟୁତ ବିହାରୀ ୧୯୮୮ ବ୍ୟାଚର ଗୁଜରାଟ କ୍ୟାଡରର ଆଇଏଏସ ଅଫିସର I ସେ ଏବେ କେନ୍ଦ୍ର ସରକାରଙ୍କ ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ମନ୍ତ୍ରଣାଳୟର ସଚିବ ଅଛନ୍ତିI ଆଜି ତାଙ୍କୁ  ୟୁପିଏସ୍‌ସି ସଦସ୍ୟ ପଦବୀରେ ନିଯୁକ୍ତି ଦିଆଯାଇଥିବା ବେଳେ ସେ ଖୁବଶୀଘ୍ର କାର୍ଯ୍ୟଭାର ଗ୍ରହଣ କରିବେ। ଶ୍ରୀ ସ୍ୱାଇଁ କାର୍ଯ୍ୟ ଆରମ୍ଭ କରିବା ପରେ ତାଙ୍କର କାର୍ଯ୍ୟକାଳ ଆରମ୍ଭ ହେବ ହେବ ବୋଲି ଜାରି ହୋଇଥିବା ନିର୍ଦ୍ଦେଶାବଳୀରେ କୁହାଯାଇଛି।

ସୂଚନା ଅନୁସାରେ, ସମ୍ବିଧାନ ଧାରା ୩୧୬(୨) ଅନୁସାରେ ତାଙ୍କର ନିଯୁକ୍ତି ପରିଚାଳନା କରାଯିବ। ସେହିପରି ନିଯୁକ୍ତିର ସର୍ତ୍ତ ୟୁପିଏସ୍‌ସି ସଦସ୍ୟ ରେଗୁଲେସନ ୧୯୬୯ ଅନୁସାରେ ହେବ ବୋଲି ନିର୍ଦ୍ଦେଶାବଳୀରେ କୁହାଯାଇଛି। ସୂଚନା ଥାଉକି ଗୁଜରାଟ ସରକାରରେ ସ୍ୱାଇଁ ଅନେକ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଛନ୍ତି। ତା ଛଡ଼ା କେନ୍ଦ୍ର ସରକାରରେ ବିଭିନ୍ନ ମନ୍ତ୍ରାଳୟରେ ସେ ଦାୟିତ୍ୱ ତୁଲାଇଛନ୍ତି।

Leave A Reply

Your email address will not be published.