Latest Odisha News

ବଦଳି ଯାଇଛନ୍ତି ସଚିନଙ୍କ ପୁଅ ଅର୍ଜୁନ, ଭାଇରାଲ ହେଉଛି ସିକ୍ସ ପ୍ୟାକ ଶରୀର ସେଲ୍ଫି

ମୁମ୍ବାଇ: ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକରଙ୍କ ପୁତ୍ର ଅର୍ଜୁନ ତେନ୍ଦୁଲକର ଏବେ ଚର୍ଚ୍ଚାରେ । ଅର୍ଜୁନ ଏବେ ମୁମ୍ବାଇ ଇଣ୍ଡିଆନ୍ସ ଟିମ୍ ସହ ୟୁଏଇରେ ରହିଛନ୍ତି । ୨୦୨୦ ଇଣ୍ଡିଆନ ପ୍ରିମିୟର ଲିଗ୍ ନିଲାମରେ ତାଙ୍କ ନାମ ସାମିଲ ହୋଇ ନ ଥିଲା । ତଥାପି ମୁମ୍ବାଇ ଇଣ୍ଡିଆନ୍ସ ତାଙ୍କୁ ଟିମ୍ ସହିତ ରହିବା ପାଇଁ ସୁଯୋଗ ଦେଇଛି । ଏହି ଅବସରରେ ଅର୍ଜୁନଙ୍କର ଏକ ଫଟୋ ସୋସିଆଲ ସାଇଟରେ ଭାଇରାଲ ହେବାରେ ଲାଗିଛି ।

ଏଥିରେ ତାଙ୍କୁ ସମ୍ପୂର୍ଣ୍ଣ ଫିଟ ରୂପରେ ଦେଖିବାକୁୂ ମିଳୁଛି । ସିକ୍ସ ପ୍ୟାକ ଆବ୍ସ ଶରୀରର ସେ ଏକ ସେଲ୍ଫି ଇନଷ୍ଟାଗ୍ରାମରେ ଛାଡିଛନ୍ତି । ଯାହା କି ପ୍ରଶଂସକଙ୍କୁ ବେଶ୍ ପସନ୍ଦ ଆସିବାରେ ଲାଗିଛି । ପୂର୍ବରୁ ମୁମ୍ବାଇ ଇଣ୍ଡିଆନ୍ସ ଟିମ୍ ସହ ସେ ପୁଲରେ ସନ୍ତରଣ ମଜା ନେଉଥିବାର ଦେଖିବାକୁ ମିଳିଥିଲା ।

Leave A Reply

Your email address will not be published.