Latest Odisha News

ନିଜ ପସନ୍ଦ ଅନୁଯାୟୀ ଅର୍ଜୁନ ଖେଳୁ: ସଚିନ ତେନ୍ଦୁଲକର

ମୁମ୍ବାଇ : ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକରଙ୍କ ପୁଅ ଅର୍ଜୁନ ତେନ୍ଦୁଲକର ଭାରତୀୟ ଯୁବ ୧୯ରୁ କମ୍ ଭାରତୀୟ କ୍ରିକେଟ ଦଳରେ ସାମିଲ ହୋଇଛନ୍ତି । ଆସନ୍ତା ଜୁଲାଇରେ ଶ୍ରୀଲଙ୍କା ବିରୁଦ୍ଧରେ ଭାରତୀୟ ୧୯ ବର୍ଷରୁ କମ କ୍ରିକେଟ ଦଳ ୨ଟି ଚାରିଦିନିଆ ମ୍ୟାଚ୍ ଖେଳିବ । ଏହି ୨ଟି ମ୍ୟାଚ୍ ଲାଗି ଏକ ଫାଷ୍ଟବୋଲର ଭାବେ ଅର୍ଜୁନ ତେନ୍ଦୁଲକର ଦଳରେ ଚୟନ ହୋଇଛନ୍ତି ।

ବିଶ୍ୱ ବିଖ୍ୟାତ ବ୍ୟାଟ୍ସମ୍ୟାନ ସଚିନ ତେନ୍ଦୁଲକର ଏନେଇ ନିଜର ଖୁସି ବ୍ୟକ୍ତ କରିଛନ୍ତି । ସେ କହିଛନ୍ତି ଯେ, ପୁଅ ଅର୍ଜୁନ ତା’ପସନ୍ଦର ଖେଳ ଖେଳୁ । ମୁଁ ବ୍ୟାଟିଂ କରୁଥିଲି ବୋଲି ସେ ଯେ, ବ୍ୟାଟିଂକୁ ପସନ୍ଦ କରିବ ତାହାନୁହେଁ । ସେ ଭଲ ବୋଲିଂ କରୁଛି ଏବଂ ଏହାର ତା’ର ନିଜସ୍ୱ ପସନ୍ଦ । ସେ ଭଲ ଖେଳୁ ଏବଂ ଖେଳରେ ଉନ୍ନତି କରିବାକୁ ମୁଁ ସବୁପ୍ରକାର ସହଯୋଗ କରିବି ବୋଲି କହିଛନ୍ତି ଏହି ବ୍ଲାଷ୍ଟିଂ କ୍ରିକେଟର ସଚିନ ତେନ୍ଦୁଲକର ।

ସଚିନଙ୍କ ଏକମାତ୍ର ପୁଅ ଅର୍ଜୁନ ମୁମ୍ବାଇ ୧୯ବର୍ଷରୁ କମ ଦଳରେ ସାମିଲ ହୋଇଥିଲେ ଏବଂ ଜଣେ ଭଲ ଫାଷ୍ଟ ବୋଲର ରୂପେ ୧୯ବର୍ଷରୁ କମ ଭାରତୀୟ ଦଳ ଲାଗି ଚୟନ ହୋଇଛନ୍ତି । ତେବେ ବ୍ୟାଟିଂ ଅପେକ୍ଷା ବୋଲିଂ କରିବାକୁ ପସନ୍ଦ କରିଥାନ୍ତି ଅର୍ଜୁନ । ଅର୍ଜୁନ କିନ୍ତୁ ବାମହାତୀ ବ୍ୟାଟ୍ସମ୍ୟାନ ରୂପେ ମଧ୍ୟ ଭଲ ବ୍ୟାଟିଂ କରନ୍ତି । ତେବେ ଭବିଷ୍ୟତରେ ଜଣେ ସଫଳ ଫାଷ୍ଟ ବୋଲର ହେବାକୁ ଲକ୍ଷ୍ୟ ରଖିଛନ୍ତି ଅର୍ଜୁନ । ପୁଅ ଅର୍ଜୁନଙ୍କ ଦଳରେ ସାମିଲ ହେବା ନେଇ ପିତା ସଚିନ ଓ ମାଆ ଅଞ୍ଜଳି ବେଶ୍ ଆନନ୍ଦିତ ବୋଲି ଜଣାପଡ଼ିଛି ।

Leave A Reply

Your email address will not be published.