Latest Odisha News

BREAKING NEWS

ଯୌନ ଶୋଷଣ ମାମଲାରେ ଅର୍ଜୁନ ପୁରସ୍କାର ପ୍ରାପ୍ତ ସିଆରପିଏଫ୍ ଡିଆଇଜି ବରଖାସ୍ତ

ନୂଆଦିଲ୍ଲୀ: ଅର୍ଜୁନ ପୁରସ୍କାର ପ୍ରାପ୍ତ ସିଆରପିଏଫ୍ ଡିଆଇଜିଙ୍କୁ ଲାଗିଛି ଶକ୍ତ ଝଟକା । ଯୌନ ଶୋଷଣ ମାମଲାରେ ସମ୍ପୃକ୍ତି ଥିବା ଖଜାନା ସିଂହ ଦୋଷୀ ସାବ୍ୟସ୍ତ ହେବାପରେ କେନ୍ଦ୍ରୀୟ ରିଜର୍ଭ ପୋଲିସ (ସିଆରପିଏଫ୍) ତାଙ୍କୁ ବରଖାସ୍ତ କରିଛି। ପୂର୍ବତନ ମୁଖ୍ୟ କ୍ରୀଡ଼ା ଅଧିକାରୀ ଖଜାନା ସିଂହ କ୍ରୀଡ଼ାରେ ସମ୍ମାନଜନକ ଅର୍ଜୁନ ପୁରସ୍କାର ପାଇଛନ୍ତି । ଖଜାନା ସିଂହ ୧୯୮୬ର ସିଓଲ ଏସିଆନ୍ ଗେମ୍ସରେ ଭାରତର ପ୍ରତିନିଧିତ୍ବ କରିଥିଲେ। ସେ ୨୦୦ ମିଟର ବଟରଫ୍ଲାଏ ପ୍ରତିଯୋଗିତାରେ ବ୍ରୋଞ୍ଚ ପଦକ ଜିତିଥିଲେ। ଖଜାନ ସିଂହଙ୍କ ଉପରେ ସିଆରପିଏଫ୍ ମହିଳା କର୍ମଚାରୀଙ୍କୁ ଯୌନ ଶୋଷଣ କରିବାର ଅଭିଯୋଗ ରହିଛି।

ଏକ ସୂଚନା ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ସଂଘ ଲୋକସେବା ଆୟୋଗ(ୟୁପିଏସ୍ସି)ର ସୁପାରିଶ ଓ ଗୃହମନ୍ତ୍ରଣାଳୟର ମଞ୍ଜୁରୀ ପରେ କରାଯାଇଛି। ପୀଡିତ ମହିଳା ସିଆରପିଏଫ୍ କର୍ମଚାରୀଙ୍କ ଅଭିଯୋଗ ପରେ ସିଆରପିଏପ୍ ପକ୍ଷରୁ ଏ ସମ୍ପର୍କରେ ଯାଞ୍ଚ କରାଯାଇଛି, ଯେଉଁଥିରେ ଅପରାଧ ସମ୍ପର୍କରେ ଜଣାପଡିଛି। ଏହାପରେ ସିଆରପିଏପ୍ ଲୋକସେବା ଆୟୋଗ(ୟୁପିଏସ୍ସି)କୁ ଏକ ରିପୋର୍ଟ ଦେଇଥିଲା, ପରେ ଗୃହମନ୍ତ୍ରଣାଳୟ ତାଙ୍କୁ ବରଖାସ୍ତ କରିବାର ସୁପାରିଶ କରିଥିଲା। ବର୍ତ୍ତମାନ ଖଜାନା ସିଂହ ଏପର୍ଯ୍ୟନ୍ତ କୌଣସି ପ୍ରତିକ୍ରିୟା ଦେଇ ନାହାନ୍ତି। ସେପଟେ ଅଧିକାରୀଙ୍କୁ ବରଖାସ୍ତ ନୋଟିସ୍ ଉପରେ ଜବାବ ଦେବାକୁ ତାଙ୍କୁ ୧୫ ଦିନ ସମୟ ଦିଆଯାଇଛି।

 

Leave A Reply

Your email address will not be published.