ନୂଆଦିଲ୍ଲୀ/ଭୁବନେଶ୍ୱର/କଟକ: କରୋନାଭାଇରସ୍ କାରଣରୁ ବିଶ୍ୱବ୍ୟାପୀ ସଙ୍କଟ ମଧ୍ୟରେ ମାନବିକତାର ସେବା ଯୋଗାଇ ଦେଉଥିବା ସମସ୍ତଙ୍କୁ କୃତଜ୍ଞତା ଜଣାଇବା ସହ ରବିବାର ସକାଳେ କୋଭିଡ୧୯ ହସ୍ପିଟାଲ ଗୁଡିକ ଉପରେ ଫୁଲ ବର୍ଷା କରିଛି ବାୟୁସେନା ବିମାନ ।
#WATCH: Navy chopper showers flower petals on Goa Medical College in Panaji to express gratitude towards medical professionals fighting #COVID19. pic.twitter.com/fhIz1pQlpM
— ANI (@ANI) May 3, 2020
ଭୁବନେଶ୍ୱରର କିମସ୍ କୋଭିଡ୍ ହସ୍ପିଟାଲ୍ ଏବଂ କଟକସ୍ଥିତ ଅଶ୍ୱିନୀ ହସ୍ପିଟାଲରେ ମଧ୍ୟ ଏହି ପୁଷ୍ପ ବର୍ଷା କରାଯାଇଛି ।
ଏଭଳି ସମ୍ମାନ ପାଇଁ ପାଇଁ ସେନା ବହିନୀକୁ ମଧ୍ୟ ଡାକ୍ତରଖାନାଗୁଡ଼ିକ ମଧ୍ୟ ‘ଧନ୍ୟବାଦ’ ଅର୍ପଣ କରିଛନ୍ତି ।
ଶୁକ୍ରବାର ଦିନ ଡିଫେନ୍ସ ଷ୍ଟାଫ୍ ଜେନେରାଲ୍ ବିପିନ ରାୱତ, ତିନିଜଣ ସେବା ମୁଖ୍ୟଙ୍କ ସହ ଘୋଷଣା କରିଛନ୍ତି ଯେ, ଏହି ସଙ୍କଟ ସମୟରେ ଆଗଧାଡ଼ିର ଯୋଦ୍ଧା ସାଜିଥିବା ଦେଶର ସମସ୍ତ କୋଭିଡ୧୯ ହସ୍ପିଟାଲ ଗୁଡିକ ଉପରେ ପୁଷ୍ପ ବର୍ଷା କରାଯାଇ କୃତଜ୍ଞତା ଜଣାଯିବ।
Comments are closed.