Latest Odisha News

BREAKING NEWS

ଆବଶ୍ୟକୀୟ ପଦକ୍ଷେପ ନେବା ପାଇଁ ସେନାକୁ ସ୍ୱାଧୀନତା ଦିଆଯାଇଛି: ମୋଦି

ନୂଆଦିଲ୍ଲୀ: ଲଦାଖ୍ ଗଲୱାନ ଘାଟିରେ ଭାରତୀୟ ଓ ଚୀନ ସେନା ମୁହାଁମୁହିଁ ସଂଘର୍ଷ ପ୍ରସଙ୍ଗରେ ଅନୁଷ୍ଠିତ ସର୍ବଦଳୀୟ ବୈଠକ ପରେ ଭାରତୀୟ ସେନାକୁ ସମସ୍ତ ଆବଶ୍ୟକୀୟ ପଦକ୍ଷେପ ନେବା ପାଇଁ ସ୍ୱାଧୀନତା ଦିଆଯାଇଥିଲା ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି । ଭାରତର ୨୦ ଜଣ ବୀର ଯୋଦ୍ଧା ବଳିଦାନ ଦେଇଥିଲେ ମଧ୍ୟ ଆମ ମାତୃଭୂମି ଆଡକୁ ନଜର ପକାଇଥିବା ଶକ୍ତିକୁ ଉଚିତ ଶିକ୍ଷା ଦେଇଥିବା ସେ କହିଛନ୍ତି ।

ଭାରତ ସବୁ ବେଳେ ଶାନ୍ତି ଓ ବନ୍ଧୁତା ଚାହୁଁଛି । କିନ୍ତୁ ଦେଶର ସାର୍ବଭୌମତ୍ୱ ରକ୍ଷା ସର୍ବାଗ୍ରେ ବୋଲି ସେ ପ୍ରକାଶ କରିଛନ୍ତି ।

ଭାରତର ସୀମା ରେଖାକୁ ଅଧିକ ସୁରକ୍ଷିତ କରିବା ପାଇଁ ସରକାର ସୀମାବର୍ତ୍ତୀ ଅଂଚଳରେ ଭିତ୍ତିଭୂମି ବିକାଶକୁ ପ୍ରାଥମିକତା ଦେଉଥିବା ସେ ସୂଚନା ଦେଇଛନ୍ତି । ଏଥି ସହିତ ଜାତୀୟ ସୁରକ୍ଷା ପାଇଁ ସମସ୍ତ ପ୍ରକାଶ ଆବଶ୍ୟକୀୟ ପଦକ୍ଷେପ ସାଙ୍ଗକୁ ଦ୍ରୁତ ଗତିରେ ଭିତ୍ତିଭୂମି ନିର୍ମାଣ କାର୍ଯ୍ୟ ଆଗେଇ ଚାଲିବ ବୋଲି ସେ କହିଛନ୍ତି ।

ଏହି ଅବସରରେ ଭାରତୀୟ ସୀମା ମଧ୍ୟରେ କେହିି ନଥିବା ତଥା ଆମର କୌଣସି ସୁରକ୍ଷା ପୋଷ୍ଟକୁ କେହି ଦଖଲ କରି ନ ଥିବା କଥା ସେ ଉଲ୍ଲେଖ କରିଛନ୍ତି ।

ସୂଚନାଯୋଗ୍ୟ ଯେ, ପ୍ରଧାନମନ୍ତ୍ରୀ ମୋଦିଙ୍କ ଅଧ୍ୟକ୍ଷତାରେ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଶୁକ୍ରବାର ସନ୍ଧ୍ୟାରେ ଏକ ସର୍ବଦଳୀୟ ବୈଠକ ଅନୁଷ୍ଠିତ ହୋଇଥିଲା । ପ୍ରମୁଖ ରାଜନୈତିକ ଦଳର ସଭାପତି ତଥା ପ୍ରତିନିଧିମାନେ ଯୋଗ ଦେଇଥିବା ଏହି ବୈଠକରେ ଦେଶର ସୀମାର ସୁରକ୍ଷା କରୁଥିବା ସେନା ପ୍ରତି ସମସ୍ତେ ପୂର୍ଣ୍ଣ ବିଶ୍ୱାସର ସହିତ ଏକମତ ରହିଥିବା ମୋଦି କହିଥିଲେ ।

Leave A Reply

Your email address will not be published.