Latest Odisha News

ଡକାୟତି ଯୋଜନା ପଣ୍ଡ କଲା ବୁଗୁଡା ପୋଲିସ, ୪ ଗିରଫ

ବୁଗୁଡା : ବୁଗୁଡା ପୋଲିସକୁ ସଫଳତା । ଡକାୟତି ଯୋଜନା ବେଳେ ପୋଲିସ ଚଢଉ କରି ୪ ଜଣଙ୍କୁ ଗିରଫ କରିଛି ପୋଲିସ । କିନ୍ତୁ ଘଟଣା ସ୍ଥଳରୁ ଜଣେ ଫେରାର ହୋଇଯାଇଛି ।

ଗତକାଲି ବିଳମ୍ବିତ ପେଟ୍ରୋଲିଂ ବେଳେ ପୋଲିସ ଏମାନଙ୍କୁ ଗିରଫ କରିଛି । ଏମାନଙ୍କଠାରୁ ୪ଟି ହାତ ବୋମା, ଗୋଟାଏ ଖଣ୍ଡା, ଛୁରୀ ଓ କାତି ଜବତ ହୋଇଛି । ଏମାନେ ଏକାଧିକ ମାମଲାରେ ଜଡିତ ଥିବା ପୋଲିସ କହିଛି । ପୋଲିସ ଫେରାର ଅଭିଯୁକ୍ତକୁ ଗିରଫ କରିବା ପାଇଁ ଉଦ୍ୟମ ଚଳାଇଛି ।

Leave A Reply

Your email address will not be published.