Latest Odisha News

BREAKING NEWS

ପୁଣି ଟ୍ରମ୍ପଙ୍କୁ ହତ୍ୟା ଷଡ଼ଯନ୍ତ୍ର, ଜଣେ ସନ୍ଦିଗ୍ଧକୁ ଧରିଲା ପୋଲିସ

ନୂଆଦିଲ୍ଲୀ: ନିର୍ବାଚନ ରାଲି ବେଳେ ଡୋନାଲ୍ଡ ଟ୍ରମ୍ପଙ୍କୁ ପୁଣି ହତ୍ୟା ଷଡ଼ଯନ୍ତ୍ର । କାଲିଫର୍ଣ୍ଣିଆର କୋଚେଲ୍ଲାରେ ନିର୍ବାଚନୀ ରାଲି ଚାଲିଥିବାବେଳେ ଡୋନାଲ୍ଡ ଟ୍ରମ୍ପଙ୍କୁ ହତ୍ୟା ଷଡ଼ଯନ୍ତ୍ର ହୋଇଥିବା ନେଇ ସୂଚନା ମିଳିଛି । ଟ୍ରମ୍ପଙ୍କ ରାଲି ବେଳେ ଜଣେ ବନ୍ଧୁକଧାରୀଙ୍କୁ ଗିରଫ କରିଛି ପୋଲିସ । ଏଥିସହ କାରରୁ ବିସ୍ଫୋରକ ସାମଗ୍ରୀ ମଧ୍ୟ ଜବତ କରିଛି ପୋଲିସ ।

ତେବେ ଧରାପଡିଥିବା ସନ୍ଦିଗ୍ଧ ଜଣଙ୍କ ହେଉଛନ୍ତି ୪୯ ବର୍ଷୀୟ ଓ୍ବେମ ମିଲର। ଟ୍ରମ୍ପ ନିର୍ବାଚନ ପାଇଁ ପ୍ରଚାର କରୁଥିବା ବେଳେ ପ୍ରଚାର ମଇଦାନରୁ କିଛି ଦୂରରେ ସୁରକ୍ଷାକର୍ମୀମାନେ ସନ୍ଦିଗ୍ଧକୁ ଗିରଫ କରିଥିଲେ। ତାଙ୍କ ନିକଟରୁ ଗୁଳି ଓ କୌଣସି ଗଣମାଧ୍ୟମର ଏକ ନକଲି ପରିଚୟପତ୍ର ଜବତ କରାଯାଇଛି। ଟ୍ରମ୍ପଙ୍କ ରାଲି ପାଇଁ ତାଙ୍କ ପାଖରେ ଏକ ପାସ୍‌ ମଧ୍ୟ ଥିବା ନେଇ ପୋଲିସ ସୂଚନା ଦେଇଛି । ପୋଲିସର ପ୍ରାରମ୍ଭିକ ସୂଚନା ଅନୁଯାୟୀ ମିଲର ଲସଭେଗାସର ବାସିନ୍ଦା।

ସୂଚନାଯୋଗ୍ୟ ଯେ ଜୁଲାଇ ୧୪ରେ ଆମେରିକାର ପେନସିଲଭାନିଆର ବଟଲର ଠାରେ ରାଲି ଚାଲିଥିବା ବେଳେ ହଠାତ୍ ଟ୍ରମ୍ପଙ୍କ ଉପରକୁ ଗୁଳିମାଡ ହୋଇଥିଲା । ଏହି ଘଟଣା ପରେ ସିକ୍ରେଟ ସର୍ଭିସେସ ତରଫରୁ ଜାରି ହୋଇଥିଲା ବୟାନ। କୁହାଯାଉଥିଲା ରାଲି ହେଉଥିବା ସ୍ଥାନ ବାହାରରେ ଥିବା ଏକ ଉଚ୍ଚ ସ୍ଥାନରୁ ମଞ୍ଚ ଉପରକୁ ଗୁଲିମାଡ଼ ହୋଇଥିଲା । ସନ୍ଦିଗ୍ଧ ଆକ୍ରମଣକାରୀ ଦର୍ଶକଙ୍କ ମଧ୍ୟରୁ ଜଣଙ୍କୁ ଗୁଳି କରିଥିଲା । ଏ ଘଟଣାରେ ଦୁଇ ଜଣ ଆହତ ହୋଇଥିଲେ ।

Leave A Reply

Your email address will not be published.