Latest Odisha News

BREAKING NEWS

ନୟାଗଡ଼ ରେଞ୍ଜ ଅଫିସରୁ ବନ୍ଧୁକ ଲୁଟ କଲେ ସଶସ୍ତ୍ର ମାଓବାଦୀ

ନୟାଗଡ଼: ନୟାଗଡ଼ ଜିଲ୍ଲା ଅନ୍ତର୍ଗତ ଦଶପଲ୍ଲା ଜଙ୍ଗଲ ଅଧ୍ୟୁସିତ ଅଞ୍ଚଳରେ ଏବେ କମ୍ବିଂ ଅପରେସନ୍ ଚାଲିଥିବା ବେଳେ ମଙ୍ଗଳବାର ଦିନ ଦଶପଲ୍ଲା ବଣୀଗୋଚ୍ଛା ରେଞ୍ଜ ଅଫିସରୁ ସଶସ୍ତ୍ର ମାଓବାଦୀମାନେ ଏକାଧିକ ବନ୍ଧୁକ ଓ ଅସ୍ତ୍ରଶସ୍ତ୍ର ଲୁଟପାଟ କରିଛନ୍ତି ।

ମିଳିଥିବା ସୂଚନାନୁଯାୟୀ, ଗତରାତିରେ ୩ ଜଣ ମହିଳାଙ୍କ ସମେତ ମୋଟ ୭ଜଣ ମାଓବାଦୀ ଏହି ରେଞ୍ଜ ଅଫିସରେ ପ୍ରବେଶ କରିଥିଲେ । ସେଠାରେ କାର୍ଯ୍ୟରତ ବନରକ୍ଷୀମାନଙ୍କୁ ଭୟଭୀତ କରାଇ ଅଫିସ ମଧ୍ୟରୁ ୩ଟି ସର୍ଭିସ ବନ୍ଧୁକ ସହିତ ୭ଟି ମୋବାଇଲ୍ ଫୋନ୍ ଲୁଟ୍ କରି ନେଇଯାଇଛନ୍ତି । ଏହି ମାଓବାଦୀମାନେ ଏହି ଅଫିସରୁ ଫେରାର୍ ହୋଇ ଚାଲିଯିବା ପୂର୍ବରୁ ସେଠାରେ ବ୍ୟାପକ ଭଙ୍ଗାରୁଜା ମଧ୍ୟ କରିଛନ୍ତି ।

ଏହି ଘଟଣା ଘଟିବା ପରେ ବନରକ୍ଷୀମାନେ ନୟାଗଡ଼ ଡ଼ିଏଫଓଙ୍କୁ ଜଣାଇଥିଲେ, ପରେ ସେ ସ୍ଥାନୀୟ ପୋଲିସ ଥାନାରେ ଅଭିଯୋଗ କରିଛନ୍ତି ।

ତେବେ ଘଟଣା ସମ୍ପର୍କରେ ଅବଗତ ହେବାପରେ ନୟାଗଡ଼ ଏସପି ତୁରନ୍ତ ସଦରଥ।।ନାର ସଶସ୍ତ୍ର ପୋଲିସଙ୍କୁ ଧରି ଜଙ୍ଗଲ ମଧ୍ୟରେ ଛାନଭିନ୍ନ କରିଥିଲେ ।

ଏଠାରେ ଉଲ୍ଲେଖଯୋଗ୍ୟ, ୨୦୦୮ ମସିହା ଫେବୃଆରୀ ୧୬ ତାରିଖରେ ପ୍ରାୟ ୧୦୦ରୁ ଅଧିକ ମାଓବାଦୀ ନୟାଗଡ଼ର ପୋଲିସ ଟ୍ରେନିଂ ସ୍କୁଲରେ ପଶି ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଲୁଟ କରିନେଇ ଚାଲିଯାଇଥିଲେ ।

ମାଓବାଦୀମାନଙ୍କ ନୃଶଂସ ଆକ୍ରମଣରେ ୧୩ ଜଣ ପୋଲିସଙ୍କ ସମେତ ୨ ଜଣ ମହିଳା ଓ ଜଣେ ସାଧାରଣ ଲୋକଙ୍କ ପ୍ରାଣହାନୀ ଘଟିବା ସହିତ ୯ ଜଣ ବ୍ୟକ୍ତି ଗୁରୁତର ଭାବେ ଆହତ ହୋଇଥିଲେ । ଏକ ବସକୁ ଅପହରଣ କରି ନେଇଯିବା ସହିତ ମାଓବାଦୀମାନେ ଏକ ଟ୍ରକରେ ଅସ୍ତ୍ରଶସ୍ତ୍ର ନେଇଯାଇଥିଲେ ।

Leave A Reply

Your email address will not be published.