Latest Odisha News

BREAKING NEWS

ବାଲେଶ୍ୱର: ଭୟାବହ ଅଗ୍ନିକାଣ୍ଡରେ ଭସ୍ମିଭୁତ ହେଲା ପ୍ଲାଷ୍ଟିକ ଫ୍ୟାକ୍ଟ୍ରି

ବାଲେଶ୍ୱର: ବାଲେଶ୍ୱର ଜିଲ୍ଲା ସିମୁଳିଆ ତହସିଲ ଅନ୍ତର୍ଗତ ତିରୁଖା ଗ୍ରାମରେ ଥିବା ଏକ ପ୍ଲାଷ୍ଟିକ କାରଖାନାରେ ଅଗ୍ନିକାଣ୍ଡ ଘଟି କାରଖାନାଟି ପ୍ରାୟ ସମ୍ପୂର୍ଣ୍ଣ ରୂପେ ଭସ୍ମିଭୁତ ହୋଇଯାଇଛି । ଏହି ଅଗ୍ନିକାଣ୍ଡ ମଙ୍ଗଳବାର ରାତିରେ ଘଟିଥିବା ସୂଚନା ହସ୍ତଗତ ହୋଇଛି ।

ମିଳିଥିବା ସୂଚନା ଅନୁଯାୟୀ, ବିଳମ୍ବିତ ରାତିରେ ଏହି ଫ୍ୟାକ୍ଟ୍ରିରେ ନିଆଁ ଲାଗିଥିବାର ଗ୍ରାମର କିଛି ବାସିନ୍ଦା ଦେଖି ତୁରନ୍ତ ଅଗ୍ନିଶମ ବିଭାଗର ଦମକଳ କେନ୍ଦ୍ରକୁ ଜଣାଇଥିଲେ । ଘଟଣାସ୍ଥଳକୁ ଦମକଳ ବାହିନୀ ଆସି ନିଆଁ ଲିଭାଇବାକୁ ଚେଷ୍ଟା କରିଥିଲେ ମଧ୍ୟ ସେତେବେଳକୁ କାରଖାନାଟି ପ୍ରାୟ ଭସ୍ମିଭୁତ ହୋଇସାରିଥିଲା ।

ଏହି ପ୍ଲାଷ୍ଟିକ ଫ୍ୟାକ୍ଟ୍ରିଟି ଶ୍ୟାମ ସୁନ୍ଦର ଦାସଙ୍କର ବୋଲି ଜଣାପଡ଼ିଛି ।

ଗଣମାଧ୍ୟମକୁ ସୂଚନା ଦେଇ ଶ୍ରୀ ଦାସ କହିଛନ୍ତି, ପ୍ରାୟ ୩୦ ଲକ୍ଷ ଟଙ୍କାରୁ ଅଧିକ ମୂଲ୍ୟର ସମ୍ପତ୍ତି ଏହି ଅଗ୍ନିକାଣ୍ଡରେ ଜଳି ନଷ୍ଟ ହୋଇଛି । ଏହି ଅଗ୍ନିକାଣ୍ଡରେ ଫ୍ୟାକ୍ଟ୍ରିରେ ବ୍ୟବହୃତ ହେଉଥିବା ବିଭିନ୍ନ ପ୍ରକାର ଦାମୀ ମେସିନ ସହିତ ଆସବାବପତ୍ର ଭସ୍ମିଭୁତ ହୋଇଯାଇଛି ବୋଲି ସେ କହିଛନ୍ତି ।

ତେବେ ଅଗ୍ନିଶମ କର୍ତ୍ତୃପକ୍ଷଙ୍କ କହିବାନୁଯାୟୀ, ସର୍ଟ ସର୍କିଟ ଯୋଗୁଁ ଏହି ଅଗ୍ନିକାଣ୍ଡ ଘଟିଥିବା ଅନୁମାନ କରାଯାଉଛି ।

Leave A Reply

Your email address will not be published.