ବାରିପଦା: ତେଲ ପକାଇବା ବାହାନାରେ ବନ୍ଧୁକ ଦେଖାଇ ପେଟ୍ରୋଲ ପମ୍ପରୁ ଲୁଟ୍ । ମୟୂରଭଞ୍ ଜିଲ୍ଲା ବୈଶିଙ୍ଗା ଥାନା ମାଣତ୍ରୀ ପେଟ୍ରୋଲ ପମ୍ପରୁ ବିଳମ୍ବିତ ରାତିରେ ଏହି ଲୁଟ୍ ହୋଇଛି । କର୍ମଚାରୀଙ୍କୁ ବନ୍ଧୁକ ଦେଖାଇ ୪୦ ହଜାରରୁ ଅଧିକ ଟଙ୍କା ଧରି ଛୁ ମାରିଛନ୍ତି ଦୁଇ ଜଣ ଦୁର୍ବୃତ୍ତ ।
ସିସିଟିଭିରେ ଲୁଟ୍ ବେଳର ଦୃଶ୍ୟ କଏଦ ହୋଇଛି । ବାଇକରେ ଦୁଇ ଜଣ ଲୁଟେରା ଆସିଥିଲେ । ପେଟ୍ରୋଲ କପାଇବା ବାହାନା କରି କର୍ମଚାରୀଙ୍କୁ ବନ୍ଧୁକ ଦେଖାଇ ଟଙ୍କା ଧରି ଫେରାର୍ ହୋଇଯାଇଥିଲେ । ଘଟଣାସ୍ଥଳରେ ପୋଲିସ ପହଞ୍ଚି ତନାଘନା ଚଳାଇଛି ।
Comments are closed.