Latest Odisha News

BREAKING NEWS

ପିଟିଦେଲା ଅଜଣା ଗାଡ଼ି: ସାନ ଭାଇ ମୃତ, ବଡ଼ ଭାଇ ଗୁରୁତର

ଖଡ଼ିଆଳ: ଦୁର୍ଘଟଣା ନେଲା ସାନ ଭାଇର ଜୀବନ । ବଡ଼ ଭାଇ ମୃତ୍ୟୁ ସହ ସଂଗ୍ରାମ କରୁଛନ୍ତି । ନୂଆପଡ଼ା ଜିଲ୍ଲା ଖଡ଼ିଆଳ ଥାନା ଅନ୍ତର୍ଗତ ସାନ ବୁହେଲ ଛକରେ ଏଭଳି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ମୃତକ ହେଲେ ଲଛିପୁର ଗାଁର କୁନାଲ ଦୀପ । ତାଙ୍କ ବଡ଼ ଭାଇ ଗୋବିନ୍ଦ ଦୀପ ଗୁରୁତର ଅଛନ୍ତି ।

ଦୁଇ ଭାଇ ବାଇକ୍ ଯୋଗେ କୌଣସି କାମରେ ଖଡ଼ିଆଳ ଅଭିମୁଖେ ଘରୁ ବାହାରିଥିଲେ । ସେମାନେ କଣ ଜାଣିଥିଲେ ବାଟରେ ମୃତ୍ୟୁ ଅପେକ୍ଷା କରିଛି । ବାଇକରେ ଯାଉଥିବା ବେଳେ ଖଡ଼ିଆଳ-ଭବାନୀପାଟଣା ରାସ୍ତାର ସାନ ଦୁହେଲ ଛକ ନିକଟରେ ଅଜଣା ଗାଡ଼ି ସେମାନଙ୍କୁ ଧକ୍କା ଦେଇଥିଲା । ଘଟଣାସ୍ଥଳରେ କୁନାଲଙ୍କ ମୃତ୍ୟୁ ହୋଇଥିଲା । ଗୁରୁତର ଅବସ୍ଥାରେ ବଡ଼ ଭାଇ ଗୋବିନ୍ଦଙ୍କୁ ଖଡିଆଳ ଉପଖଣ୍ଡ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି ।

Leave A Reply

Your email address will not be published.