Terrorist conspiracy failed: ଆତଙ୍କବାଦୀ ଯୋଜନା ପଣ୍ଡ, ୧୦ଟି AK-47 ସମେତ ଅସ୍ତ୍ରଶସ୍ତ୍ର ଜବତ କଲେ ସୁରକ୍ଷା ବାହିନୀ
ଶ୍ରୀନଗର: ଜମ୍ମୁ-କାଶ୍ମୀରରେ ଆତଙ୍କବାଦ ବିରୋଧରେ ସୁରକ୍ଷା ବାହିନୀର ଅଭିଯାନ ଜାରି ରହିଛି। ସେନାର ଯବାନମାନେ ନିରନ୍ତର ସର୍ଚ୍ଚ ଅପରେସନ୍ ଚଳାଇଛନ୍ତି। ତେବେ ସୁରକ୍ଷା ବାହିନୀର ମିଳିତ ଦଳକୁ ବଡ଼ ସଫଳତା ମିଳିଛି। ସେନା ଉତ୍ତର କାଶ୍ମୀରର କୁପୱାଡା ଜିଲ୍ଲାର ତ୍ରେହଗାମର ଦାରିବଲ ମରହାମା ଅଞ୍ଚଳରୁ ଅସ୍ତ୍ରଶସ୍ତ୍ର ଏବଂ ଗୁଳିଗୋଳା ଜବତ କରିଛି। କିନ୍ତୁ ଆତଙ୍କବାଦୀମାନେ ପଳାୟନ କରିଥିଲେ ।
ଅଧିକାରୀମାନେ କହିଛନ୍ତି ଯେ, CRPFର ୟୁନିଟ୍ ଇଣ୍ଟେଲିଜେନ୍ସ ସେଲ୍ (UIC) ଠାରୁ ନିର୍ଦ୍ଦିଷ୍ଟ ଗୁପ୍ତ ସୂଚନା ପାଇବା ପରେ, CRPFର 98ତମ ବାଟାଲିୟନ ଏବଂ ଜମ୍ମୁ ଏବଂ କାଶ୍ମୀର ପୋଲିସ (PP ଆଭୋରା) ମିଳିତ ଭାବରେ ଅପରେସନ ଆରମ୍ଭ କରିଥିଲେ। ଏହି ସମୟରେ, ଦରିବଲ ମରହାମା ଅଞ୍ଚଳରୁ ଅସ୍ତ୍ରଶସ୍ତ୍ର ଏବଂ ଗୁଳିଗୋଳା ଉଦ୍ଧାର କରାଯାଇଥିଲା।
ତଲାସୀ ସମୟରେ, ଗୋଟିଏ ହାତ ଗ୍ରେନେଡ୍, ଦଶଟି AK-47 ରାଉଣ୍ଡ, ଛଅଟି ଡେଟୋନେଟର୍ ଏବଂ ଏକ ପାକିସ୍ତାନ ନିର୍ମିତ ବ୍ୟାକପ୍ୟାକ୍ ଜବତ କରାଯାଇଥିଲା। ଅନୁମାନ କରାଯାଉଛି ଯେ ଆତଙ୍କବାଦୀମାନେ ଏକ ବଡ଼ ଆକ୍ରମଣ ଘଟାଇବାକୁ ଯୋଜନା କରୁଥିଲେ, କିନ୍ତୁ ତା ପୂର୍ବରୁ ସେମାନଙ୍କର ଘୃଣ୍ୟ ଯୋଜନା ପଣ୍ଡ ହୋଇଯାଇଛି।
ଜଣେ ପୋଲିସ ଅଧିକାରୀ କହିଛନ୍ତି ଯେ, ସମ୍ଭାବ୍ୟ ଆତଙ୍କବାଦୀ କାର୍ଯ୍ୟକଳାପକୁ ପଣ୍ଡ କରାଯାଇଛି। ବର୍ତ୍ତମାନ ଅଧିକ ତଦନ୍ତ ଚାଲିଛି ଏବଂ ଆଖପାଖ ଅଞ୍ଚଳରେ ସର୍ଚ୍ଚ ଅପରେସନ୍ ଜାରି ରହିଛି ।
ଜମ୍ମୁ-କାଶ୍ମୀରରେ ସୁରକ୍ଷା ବାହିନୀ ନିରନ୍ତର ଆତଙ୍କବାଦୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛନ୍ତି । ଏହା ସହିତ ଆତଙ୍କବାଦୀଙ୍କୁ ସାହାଯ୍ୟ କରୁଥିବା ଲୋକଙ୍କ ବିରୁଦ୍ଧରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି। ପହଲଗାମରେ ଆତଙ୍କବାଦୀ ଆକ୍ରମଣ ପରେ, ପ୍ରତ୍ୟେକ ସ୍ଥାନ ଉପରେ କଡ଼ା ନଜର ରଖାଯାଇଛି।
Comments are closed.