ଗଙ୍ଗଟକ: ସିକ୍କିମର ପ୍ରଳୟଙ୍କରୀ ବନ୍ୟା ସେନା କ୍ୟାମ୍ପରେ ରଚିଥିଲା ମୃତ୍ୟୁର ତାଣ୍ଡବ । ଅନେକ ଗାଡି ଭାସି ଯାଇଥିବାବେଳେ ୨୩ ଜଣ ଯବାନ ନିଖୋଜ ହେଇ ଯାଇଥିଲେ । ସେମାନଙ୍କ ମଧ୍ୟରୁ ୧୭ ଜଣଙ୍କ ଶବ ଉଦ୍ଧାର କରାଯାଇଥିବାବେଳେ ଗାଡିକୁ ବି ଠାବ କରାଯାଇଛି । ଏବେ ସାମ୍ନାକୁ ଆସିଛି ଆହୁରି ଭୟଙ୍କର ଦୃଶ୍ୟ ।
ବନ୍ୟା ସୁଅରେ ଭାସି ଯାଇଥିବା ସେନା କ୍ୟାମ୍ପରୁ ଭାସି ଯାଇଥିବା ଗୋଳା ବାରୁଦ ଭାସି ଯାଇ ଯାହା ତିସ୍ତା ନଦୀ ଗର୍ଭରେ ପଡିଥିଲା ସେସବୁ ବିସ୍ଫୋରଣ ହେଉଛି । ଫଳରେ ଭୟଙ୍କରସ୍ଥିତି ସୃଷ୍ଟି ହେଉଛି । ଜୋରଦାର ଧମାକା ସହ ଏହି ବିସ୍ଫୋରଣର ଦୃଶ୍ୟ କ୍ୟାମେରାରେ କଏଦ ହୋଇଛି । ତେବେ ଏହି ବିସ୍ଫୋରଣ ଯୋଗୁ କୌଣସି ଧନଜୀବନ ହାନୀ ହୋଇଥିବା ଘଟଣା ସାମ୍ନାକୁ ଆସିନି ।
ତେବେ ସେନା ପକ୍ଷରୁ ସ୍ଥାନୀୟ ଲୋକଙ୍କୁ ସତର୍କ କରାଯାଇଛି ଏବଂ ଅନୁରୋଧ କରାଯାଇଛି, ଯଦି କୌଣସି ଅସ୍ତ୍ରଶସ୍ତ୍ର କମ୍ବା ଗୋଳାବାରୁଦ ଥିବା ପରିଜିନିଷ ଦେଖିବେ ତୁରନ୍ତ ସେନାକୁ କିମ୍ବା ସ୍ଥାନୀୟ ପୋଲିସକୁ ଖବର ଦେବେ ।
ସୂଚନାଥାଉ କି, ଗୁରୁବାର ଅଚାନକ ତିସ୍ତା ନଦୀରେ ବନ୍ୟା ଆସିବା ଯୋଗୁ ୨୩ ଯବାନ ନିଖୋଜ ହୋଇ ଯାଇଥିଲେ । ବନ୍ୟାରେ ପଙ୍କ ଏବଂ ଆବର୍ଜନା ଭିତରୁ ବର୍ତ୍ତମାନ ସୁଦ୍ଧା ୭ ଜଣ ସୈନିକଙ୍କ ସହ ୨୬ ଶବକୁ ଜବତ କରାଯାଇଛି । ତଥାପି ଆହୁରି ୧୪୨ ଜଣ ନିଖୋଜ ଅଛନ୍ତି । ସେମାନଙ୍କୁ ଖୋଜାଖୋଜି ଚାଲିଛି ।
Comments are closed.