Latest Odisha News

BREAKING NEWS

ଶେଷ ଇଛା ପୂରଣ କଲା ନବରଙ୍ଗପୁରର ଝିଅ ରେଶମା , ବାପାଙ୍କୁ ଦେଲା ମୁଖାଗ୍ନି

ନବରଙ୍ଗପୁର: ଝିଅ ନୁହଁ ତୁ ମୋ ପୁଅ । ମୋ ମୃତ୍ୟୁ ପରେ ତୁ ଦେବୁ ମୋତେ ମୁଖାଗ୍ନି । ବାପାଙ୍କର ଶେଷ ଇଚ୍ଛା ଥିଲା ତାଙ୍କ ଶବକୁ ଝିଅ ମୁଖାଗ୍ନି ଦେବ  । ଆଉ ବାପାଙ୍କ ଶେଷ ଇଚ୍ଛାକୁ ପୂରା କରିବାକୁ ଯାଇ ଶବକୁ ମୁଖାଗ୍ନି ଦେଇଛି ଝିଅ । ଏମିତି କିଛି ଘଟଣା ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲ୍ଲାରେ  । ହିନ୍ଦୁ ଧର୍ମ ଅନୁଯାଇ ପୁଅମାନେ ମୁଖାଗ୍ନି ଦିଅନ୍ତି,  କିନ୍ତୁ ଘରେ ପୁଅ ନଥିବାରୁ ବାପା ଙ୍କ ଶେଷ ଇଚ୍ଛା ପୂରଣ କରିଛି କଟେଶ୍ବର ରାଓଙ୍କ ଝିଅ ରେଶମା  । ଯାହାକି ସମାଜ ତଥା ନବରଙ୍ଗପୁର ବାସିନ୍ଦାଙ୍କ ପାଇଁ ପ୍ରେରଣା ସୃଷ୍ଟି କରିଛି  ।

BjdElectrycity

ବାପା କଟେଶ୍ଵର ଯେହେତୁ ଜଣେ ସମାଜ୍ ସଂସ୍କାରକ ଥିଲେ ପୁଅ ଝିଅ ମଧ୍ୟରେ ଅନ୍ତର ଦେଖୁ ନଥିଲେ ନିଜ ଦୁଇ ଝିଅ ଙ୍କୁ ପୁଅ ଭଳି ସ୍ନେହ ଆଦର ସହ ପାଳୁଥିଲେ । ସେ ଜୀବିତ ସମୟରେ କେବେ ପୁଅ ର ଅଭାବ ଅନୁଭବ କରୁନଥିଲେ  । କଟେଶ୍ୱରଙ୍କ ପୁଅ ନ ଥିବାରୁ ବଡ଼ ଝିଅ କୁ ତାଙ୍କ ଶବକୁ ମୁଖାଗ୍ନି ଦେବା ପାଇଁ କହିଥିଲେ  ।  ତେଣୁ ବାପା ଙ୍କ ଇଚ୍ଛା କୁ ସମ୍ମାନ ଜଣାଇ ତାଙ୍କ ମୃତ୍ୟୁ ପରେ ଦୁଇ ଝିଅ ଶ୍ମଶାନ କୁ ଯିବା ସହିତ ବଡ଼ ଝିଅ ମୁଖାଗ୍ନି ଦେଇଥିଲେ । ଝିଅ ମାନଙ୍କ ଏହା ବାପା ଙ୍କ ପ୍ରତି ଶ୍ରେଷ୍ଠ ଶ୍ରଦ୍ଧାଞ୍ଜଳି ବୋଲି ସହରବାସୀ ପ୍ରକାଶ କରିଛନ୍ତି।ତେବେ ରେଶମ ଙ୍କର ଏଭଳି କାର୍ଯ୍ୟ କେବଳ ନବରଙ୍ଗପୁର ଜିଲ୍ଲା ନୁହେଁ , ସାରା ସମାଜ କୁ ସଂସ୍କାରର ବାର୍ତ୍ତା ଦେଇଛି ।

Bjd_BSKY
Leave A Reply

Your email address will not be published.