Latest Odisha News

BREAKING NEWS

୪ଦିନିଆ ଫ୍ରାନ୍ସ ଗସ୍ତରେ ସ୍ଥଳସେନା ମୁଖ୍ୟ ଜେନେରାଲ ମନୋଜ ପାଣ୍ଡେ

ନୂଆଦିଲ୍ଲୀ : ଫ୍ରାନ୍ସକୁ ୪ଦିନିଆ ଗସ୍ତରେ  ଯାଇଛନ୍ତି ସ୍ଥଳସେନା ମୁଖ୍ୟ ଜେନେରାଲ ମନୋଜ ପାଣ୍ଡେ । ଦୁଇ ଦେଶ ମଧ୍ୟରେ ପ୍ରତିରକ୍ଷା ସମ୍ୱନ୍ଧକୁ ଆହୁରି ସୁଦୃଢ କରିବା ଲକ୍ଷ୍ୟରେ ସେ ଫ୍ରାନ୍ସ ଯାଇଛନ୍ତି । ସେଠାରେ ସେ ୧୭ ତାରିଖ ଯାଏଁ ରହିବେ । ଫ୍ରାନ୍ସର ବରିଷ୍ଠ ସେନା ଅଧିକାରୀଙ୍କ ସହିତ ତାଙ୍କର ସାକ୍ଷାତକାର ହେବାର କାର୍ଯ୍ୟକ୍ରମ ରହିଛି ।

ସେଠାରେ ଜେନେରାଲ ପାଣ୍ଡେ ପ୍ରଥମ ବିଶ୍ୱଯୁଦ୍ଧରେ ସହିଦ ହୋଇଥିବା ୪୭୪୨ ଭାରତୀୟ ଯବାନଙ୍କ ସ୍ମୃତିରେ ନିର୍ମିତ ‘ନ୍ୟୁଭ୍ ଚାପେଲ୍ ଇଣ୍ଡିଆନ ମେମୋରିଆଲ’ ରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବେ । ‘ଇକୋଲେ ମିଲିଟେୟର’ କୁ ବି ସେ ପରିଦର୍ଶନ କରିବାର ସୂଚନା ରହିଛି । ଫ୍ରାନ୍ସରେ ରହଣୀ ମଧ୍ୟରେ ସେ ପ୍ୟାରିସରେ ବିଭିନ୍ନ ସୈନ୍ୟ ପ୍ରଶିକ୍ଷଣ କେନ୍ଦ୍ରକୁ ଯିବେ ।

ଫ୍ରାନ୍ସ ସାମରିକ ଏକାଡେମୀ ‘ଇକୋଲେ ଡି ଗୁଏରା-ଟି’ ଠାରେ ଏକ କାର୍ଯ୍ୟକ୍ରମକୁ ସମ୍ୱୋଧିତ କରିବେ ବୋଲି ଜଣାପଡିଛି । ତେବେ ତାଙ୍କର ଏହି ଗସ୍ତରେ କିଛି ନୂଆ ସାମରିକ ଚୁକ୍ତି ସ୍ୱାକ୍ଷର ହେବାର ଆଶାପୋଷଣ କରାଯାଉଛି ।

Comments are closed.