Latest Odisha News

BREAKING NEWS

ଲଦାଖରେ ନିୟୋଜିତ ହେଲା ୩ ବଜ୍ର ତୋପ

ଲେହ: ୩ଟି କେ୯ ବଜ୍ର ତୋପକୁ ଲଦାଖର ଉଚ୍ଚତମ ଅଂଚଳରେ ନିୟୋଜିତ କରାଯାଇଛି । କିଛି ଦିନ ତଳେ ସ୍ଥଳସେନା ମୂଖ୍ୟ ଜେନରାଲ ମନୋଜ ମୁକୁନ୍ଦ ୧୦୦ କେ୯ ବଜ୍ର ତୋପ ସେନାରେ ସାମିଲ କରିଥିଲେ । ପ୍ରାରମ୍ଭିକ ପର୍ଯ୍ୟାୟରେ ୩ଟି ତୋପ ଲେହରେ ପଂହଚାଇ ଦିଆଯାଇଛି । ଏଠାରେ ଏହାର ପରୀକ୍ଷଣ ପରେ ଆବଶ୍ୟକ ପଡିଲେ ଅତିରିକ୍ତ ରେଜିମେଂଟ ପାଇଁ ଅଧିକ ତୋପ ଅଣାଯାଇପାରେ । ଗୁଜରାଟର ଲାର୍ସନ ଆଣ୍ ଟବ୍ରୋ କାରଖାନାରେ ଏହି ବଜ୍ର ତୋପର ପ୍ରସ୍ତୁତ କରାଯାଉଛି ।

BjdElectrycity

ଦକ୍ଷିଣ ଆଫ୍ରିକାର କେ୯ ଥଣ୍ଡର ତୋପ ଶୈଳୀରେ ଏହାକୁ ପ୍ରସ୍ତୁତ କରାଯାଇଛି । ବୋଫର୍ସ ସ୍କାଣ୍ଡଲ ପରେ ୧୯୮୬ ପରଠାରୁ ଭାରତୀୟ ସେନାରେ ବଡ ଧରଣର ଟ୍ୟାଙ୍କ ସାମିଲ କରାଯାଇ ନ ଥିଲା । ଏବେ କେ୯ ବଜ୍ର, ଧନୁଷ ଓ ଏମ୭୭୭ ଅଲ୍ଟ୍ରା ଲାଇଟ ତୋପକୁ ସୋମିଲ କରାଯିବ ସହ ସେନାକୁ ଆହୁରି ଶକ୍ତିଶାଳୀ କରାଯାଇଛି ।

Leave A Reply

Your email address will not be published.